କାଠଗଡାରେ କିଲର ! କୋର୍ଟରେ ହାଜର ହେଲେ ଅନୁପ ସାଏ । ରାୟଗଡ ଜିଲ୍ଲା ଜଜ୍ କୋର୍ଟରେ ଅନୁପ ଓ ତାଙ୍କ ଡ୍ରାଇଭର ହାଜର ।

395

କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ ଅନୁପ ସାଏ । ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ଅନୁପ ସାଏଙ୍କୁ ରାୟଗଡ ଜିଲ୍ଲା ଜଜ୍ କୋର୍ଟରେ ହାଜର କରାଯାଇଛି । ୨୦୧୬ର ଚର୍ଚ୍ଚିତ ହତ୍ୟା ମାମଲାରେ ପୋଲିସ ଖିଅ ଖୋଜୁଥିବା ବେଳେ କଳ୍ପନା ଦାସ ଓ ବବଲି ହତ୍ୟାକାଣ୍ଡ ମାମଲାରେ ଆଜି ଅନୁପଙ୍କୁ କୋର୍ଟରେ ହାଜର କରାଯାଇଛି । ହତ୍ୟାକାଣ୍ଡର ଖୋଳତାଡ ଜାରି ରହିଥିବା ବେଳେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ହାଜର ହୋଇଛନ୍ତି ।

ତେବେ ଅନୁପଙ୍କ ରିମାଣ୍ଡ ନେଇ ଆଜି ଶୁଣାଣି କରିବେ କୋର୍ଟ । ଅଭିଯୁକ୍ତଙ୍କୁ ପୁଲିସ କେତେଦିନ ରିମାଣ୍ଡରେ ନେଇ ଜେରା କରିବ ସେନେଇ ଅନୁମତି ଦେବେ କୋର୍ଟ । ଡବଲ ମର୍ଡର ଘଟଣାରେ ଅଧିକ ତଥ୍ୟ ପାଇଁ ଉଭୟ ଅନୁପ ଓ ବର୍ଦ୍ଧନଙ୍କୁ ସାମ୍ନାସାମ୍ନୀ ବସାଇ ଜେରା କରିପାରେ ପୁଲିସ ।

ସେପଟେ ଏହି ଡବଲ ମର୍ଡର ଘଟଣାର ଅଧିକ ତଦନ୍ତ ପାଇଁ ଭୁବନେଶ୍ୱର ଆସିଥିଲା ଛତିଶଗଡ ପୁଲିସ । ୩ ଘଂଟା ପାଇଁ ଛତିଶଗଡର ଜଣେ ପୁଲିସ ଅଧିକାରୀ ଭୁବନେଶ୍ୱର ଆସିଥିଲେ । ଛତିଶଗଡ ପୁଲିସ ଭୁବନେଶ୍ୱର ଏୟାରପୋର୍ଟ ଅଥରିଟି ଅଫିସରେ ରାଜ୍ୟର କିଛି ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଛତିଶଗଡ ପୋଲିସର ଟିମ୍ ଅନୁପ ସାଏଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରେ ପହଁଚି ତାଙ୍କ ଆକାଉଂଟ୍ ଥିବା ଦୁଇଟି ବ୍ୟାଙ୍କରେ ଖୋଳତାଡ କରିଛି ।