ସମ୍ବଲପୁରରେ ଡବଲ ମର୍ଡର : ବୃଦ୍ଧକୁ ହତ୍ୟା କଲା ଯୁବକ ଏବଂ ହତ୍ୟାକାରୀକୁ ମାରିଦେଲେ ଉତ୍ୟକ୍ତ ଲୋକେ

25

କନକ ବ୍ୟୁରୋ : ସମ୍ବଲପୁରରେ ଡବଲ ମର୍ଡର । ବୃଦ୍ଧକୁ ହତ୍ୟା କଲା ଯୁବକ । ହତ୍ୟାକାରୀକୁ ମାରିଦେଲେ ଉତ୍ୟକ୍ତ ଲୋକେ । ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲି ଛକରେ ଗତକାଲି ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । ସ୍ଥାନୀୟ ଅଂଚଳର ଯୁବକର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇ ଯାଇଛି । ତେବେ ହତ୍ୟାକାରୀ ଯୁବକ ଟିଂଚୁ ମୁଣ୍ଡାକୁ ପିଟି ପିଟି ମାରିଦେଇଛନ୍ତି ଉତ୍ୟକ୍ତ ଲୋକେ ।

ଗତକାଲି ସଂଧ୍ୟାରେ ମୁଙ୍କୁ ଓରାମ ନାମକ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲା ଟିଂଚୁ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ବୃଦ୍ଧଙ୍କୁ ଗଡାଇ ଗଡାଇ ମାରିଥିଲା ଟିଂଚୁ । ଖବର ପାଇ ପୋଲିସ ପହଂଚି ବୃଦ୍ଧଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏପଟେ ଆକ୍ରମଣକାରୀ ଟିଂଚୁ ମୁଣ୍ଡାଙ୍କୁ ପିଟି ପିଟି ମାରି ଦେଇଥିଲେ ଉତ୍ୟକ୍ତ ଲୋକେ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

ଦେଖନ୍ତୁ ଏହି ଭିଡିଓ :