ବଲାଙ୍ଗିର : ନିର୍ମାଣ ଶ୍ରମିକଙ୍କୁ ‘ସାଇକେଲ୍’ ଧୋକ୍କା

31

କନକ ବ୍ୟୁରୋ : ସରକାର ସାଇକେଲ୍ ଦେବେ ବୋଲି ଚାହିଁ ବସିଛନ୍ତି ନିର୍ମାଣ ଶ୍ରମିକ । ହେଲେ ନା ମିଳୁଛି ସାଇକେଲ, ନା ଅନ୍ୟ କୌଣସି ସହାୟତା । ବଲାଙ୍ଗିରର ୨୨ ଶହ ୩୩ ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ ଦେବା ପାଇଁ ଜିଲ୍ଲା ଶ୍ରମ ବିଭାଗକୁ ଅର୍ଥ ଦେଇସାରିଛି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ । ହେଲେ ଜଣେ ବି ଶ୍ରମିକ ପାଖରେ ପହଂଚିନି ସରକାରୀ ସହାୟତା । ଯେଉଁଥି ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ଶ୍ରମିକ ସଂଗଠନ । ଏପଟେ ବିଭାଗୀୟ ଅଧିକାରୀ କହୁଛନ୍ତି କିଛି ଶ୍ରମିକଙ୍କୁ ସାଇକେଲ୍ ମିଳିସାରିଥିବା ବେଳେ ଫାଇନାଲ୍ ଏଗ୍ରିମେଂଟ୍ ପରେ ବାକି ନିର୍ମାଣ ଶ୍ରମିକଙ୍କୁ ଦିଆଯିବ ସାଇକେଲ ।