ଫିଚର୍ ଫୋନରେ ଲାଗିବ ଜିପିଏସ୍

25

ଫିଚର୍ ଫୋନଗୁଡ଼ିକରେ ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ଲଗାଇବା ପାଇଁ ସରକାର ହ୍ୟାଣ୍ଡସେଟ୍ ଉତ୍ପାଦନ କରୁଥିବା କଂପାନିଗୁଡ଼ିକୁ କହିଛନ୍ତି । ଗ୍ରାହକ ବିଶେଷ କରି ମହିଳାମାନଙ୍କ ସୁରକ୍ଷା ପାଇଁ ଫୋନରେ ଏହି ପ୍ରଯୁକ୍ତି ବ୍ୟବହାର କରିବାକୁ ସରକାର କଂପାନିଗୁଡ଼ିକୁ କହିଛନ୍ତି । ଜିପିଏସ୍ ଲାଗିଲେ ଫିଚର୍ ଫୋନଗୁଡ଼ିକ ୫୦% ମହଙ୍ଗା ହୋଇଯିବ ବୋଲି ନିର୍ମାତାମାନେ ଚେତାବନୀ ଦେଇଛନ୍ତି ।

କଂପାନିଗୁଡ଼ିକ ଚାହୁଁଥିଲେ ଜିପିଏସ୍ ବଦଳରେ ଅନ୍ୟ କୌଣସି ବିକଳ୍ପ ପ୍ରଯୁକ୍ତି ବ୍ୟବହାର କରିବା ପାଇଁ । ମାତ୍ର ସରକାର ସେଥିପାଇଁ ଅନୁମତି ଦେଇନାହାନ୍ତି । ୨୦୧୮ ଜାନୁଆରି ୧ଠାରୁ ସବୁ ଫୋନରେ ଜିପିଏସ୍ ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଏହା ଜରିଆରେ ଲୋକଙ୍କ ସ୍ଥିତି ଜାଣିବାରେ ସହଜ ହେବ।

ଜିପିଏସର ବିକଳ୍ପ ପ୍ରଯୁକ୍ତି ବ୍ୟବହାର କରିବାକୁ ଇଣ୍ଡିଆନ୍ ସେଲ୍ୟୁଲାର୍ ଆସୋସିଏସନ୍ (ଆଇସିଏ) ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ମାତ୍ର ସରକାର ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏବେ ମୋବାଇଲ୍ ଟାଓ୍ଵାର ଜରିଆରେ ମୋବାଇଲ୍ ବ୍ୟବହାରକାରୀଙ୍କ ଭୌଗଳିକ ସ୍ଥିତି ଜାଣିବାକୁ ପ୍ରୟାସ କରାଯାଉଛି । ମାତ୍ର ତାହା ସଠିକ୍ ସ୍ଥାନ ଜଣାଇ ପାରୁନାହିଁ । ସେଥିପାଇଁ ଫୋନ୍ରେ ଜିପିଏସ୍ ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।