ଆସୁଛି ସ୍ୱାଧୀନତା ଦିବସ ! ପ୍ଲାଷ୍ଟିକରେ ତିଆରି ହୋଇଥିବା ତ୍ରିରଙ୍ଗା ବ୍ୟବହାରରେ ଲାଗିଲା ରୋକ୍, ସବୁ ରାଜ୍ୟକୁ ନୋଟିସ କଲେ କେନ୍ଦ୍ର ସରକାର ।

3

ଆଉ କିଛି ଦିନ ପରେ ସାରା ଭାରତ ପାଳିବ ସ୍ୱାଧୀନତା ଦିବସ । ବିଭିନ୍ନ ସ୍ଥାନରେ ଉଡିବ ତ୍ରିରଙ୍ଗା । ତେବେ ସ୍ୱାଧୀନତା ଦିବସ ପୂର୍ବରୁ ସରକାର ଭାରତର ସମସ୍ତ ନାଗରିକ ମାନଙ୍କୁ ପ୍ଲାଷ୍ଟିକରେ ତିଆରି ହୋଇଥିବା ରାଷ୍ଟ୍ରୀୟ ଧ୍ୱଜର ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ଆଉ ଏଥିପାଇଁ ଏକ ଆଡଭାଇଜରି ଜାରି କରାଯାଇଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ପଠାଯାଇଥିବା ଆଡଭାଇଜରିରେ ଗୃହ ମନ୍ତ୍ରାଳୟ କହିଛି ଯେ, ରାଷ୍ଟ୍ରୀୟ ଧ୍ୱଜ ଭାରତୀୟ ଜନତାଙ୍କ ଆଶା ଓ ଆଂକାକ୍ଷାର ପ୍ରତିନିଧିତ୍ୱ କରିଥାଏ । ଏଥିପାଇଁ ଏହାକୁ ସମ୍ମାନର ପଥ ମିଳିବା ଆବଶ୍ୟକ । ତେବେ ଅନେକ ସ୍ଥାନରେ ପ୍ଲାଷ୍ଟିକରେ ତିଆରି ହୋଇଥିବା ତ୍ରିରଙ୍ଗା ବ୍ୟବହାର କରାଯାଉଥିବାରୁ ଆଡଭାଇଜରି ଜାରି କରିଛି ଗୃହ ମନ୍ତ୍ରାଳୟ ।

ପ୍ଲାଷ୍ଟିକରେ ତିଆରି ହୋଇଥିବା ପ୍ରତ୍ୟକ ଜିନିଷ ପ୍ରାକୃତିକ ପ୍ରକ୍ରିୟାରେ ନଷ୍ଟ ହୋଇନଥାଏ, ଏଥିପାଇଁ ଏହାର ପ୍ରୟୋଗ କରନ୍ତୁ ନାହିଁ । ତେବେ ରାଷ୍ଟ୍ରୀୟ ସମ୍ମାନ ଅପମାନର ଅଧିନିୟମ ୧୯୭୧’ର ଧାରା ୨ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ରାଷ୍ଟ୍ରୀୟ ଧ୍ୱଜ ପ୍ରତି ଅପମାନ ପ୍ରକଟ କରନ୍ତି, ତେବେ ତାଙ୍କୁ ଜେଲ ଦଣ୍ଡ ହୋଇପାରେ । ଏହି ଦଣ୍ଡ ତିନି ବର୍ଷ ପ।।ଇଁ ହୋଇପାରେ, ଜୋରିମାନା ଲଗାଯାଇପାରେ କିମ୍ବା ଜୋରିମାନା ସହ ଜେଲଦଣ୍ଡ ହୋଇପାରେ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସାଧାରଣ ଜନତା କେବଳ କାଗଜରେ ତିଆରି ହୋଇଥିବା ପତାକା ହିଁ ବ୍ୟବହାର କରିବା ଉଚିତ । ଏବଂ ସ୍ୱାଧୀନତା ସମାରୋହ ପରେ ରାଷ୍ଟ୍ରୀୟ ଧ୍ୱଜକୁ ତଳେ ନପକାଇବା ଆବଶ୍ୟକ ।

Comments are closed.