ସୋସିଆଲ ମିଡ଼ିଆର ସଦୁପଯୋଗ ପାଇଁ ମୋଦିଙ୍କ ଆହ୍ୱାନ : କହିଲେ, ସକରାତ୍ମକ ଖବର ପ୍ରସାର କରିବା ପାଇଁ ସଙ୍କଳ୍ପ ନିଅ

32

କନକ ବ୍ୟୁରୋ : ସୋସିଆଲ ମିଡ଼ିଆ ଏବେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଛି । କିଛି ବି ଖବର ଅଳ୍ପ ସମୟ ମଧ୍ୟରେ ଆମ ପାଖରେ ପହଞ୍ଚିଯାଉଛି । ତେବେ ସୋସିଆଲ ମିଡ଼ିଆକୁ ସକରାତ୍ମକ ଦିଗରେ ଭଲ ଖବର ପ୍ରଚାର କରିବା ପାଇଁ ବ୍ୟବହାର କରିବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । କାରଣ ବର୍ତ୍ତମାନ ସମୟରେ ଲୋକମାନେ ମର୍ଯ୍ୟାଦା ଭୁଲିଯାଉଛନ୍ତି । ଜଣେ ସୁଯୋଗ୍ୟ ନାଗରିକ ଭାବେ ସମସ୍ତଙ୍କର ଏହା କର୍ତ୍ତବ୍ୟ । ବାରାଣାସୀରେ ଏକ ଦଳର ବିଭିନ୍ନ ବିଭାଗର କାଯ୍ୟକର୍ତ୍ତ ସହ ନରେନ୍ଦ୍ର ମୋଦି ଆପ୍ ମାଧ୍ୟମରେ ଏକଥା କହିଛନ୍ତି । ସେ କହିଛନ୍ତି କୌଣସି ବି ମିଛ ଖବରକୁ ଭୁଲରେ ବି ଶେୟାର କରନ୍ତୁ ନାହିଁ ।

ଅନେକ ଥର ଲୋକମାନେ ଏପରି ଶବ୍ଦର ପ୍ରୟୋଗ କରନ୍ତି ଯାହା ସଭ୍ୟ ସମାଜକୁ ଶୋଭା ଦିଏନାହିଁ । ମହିଳାଙ୍କ ବିରୋଧରେ ଏଭଳି କିଛି କଦର୍ଯ୍ୟ ଶବ୍ଦ ମଧ୍ୟ ବ୍ୟବହାର ହେଉଛି । ଏପରିସ୍ଥଳରେ ଆମେ ଦେଶର ନାଗରିକ ଭାବେ ସଚେତନ ହେବା ଜରୁରୀ । ସୋସିଆଲ ମିଡ଼ିଆର ସଦୁପୋଯୋଗ କରିବା ସହ ଖରାପ ଖବର ପ୍ରାସରିତ ନରକିବା ପାଇଁ ସଙ୍କଳ୍ପ ନେବା ଦରକାର । ମୋଦି କହିଛନ୍ତି, ଘରେ ଘରେ କିମ୍ବା ପଡ଼ୋଶୀଙ୍କ ସହ ଝଗଡ଼ା ସାଧାରଣ କଥା । ତେବେ ଆଜିକାଲି ଏପରି ଝଗଡ଼ାର ଖବର ମଧ୍ୟ ସୋସିଆଲ ମିଡ଼ିଆରୁ ଜାଣିବା ପାଇଁ ମିଳେ । କିଛି ବି ଛୋଟ ଛୋଟ ଜିନିଷକୁ କ୍ଷଣିକ ମାତ୍ରେ ସୋସିଆଲ ମିଡ଼ିଆରେ ଅପଲୋଡ଼୍ କରିଦିଆଯାଏ । ଆଉ ତାହା ଅଳ୍ପ ସମୟ ମାଧ୍ୟମରେ ହି ନ୍ୟାସନାଲ ନ୍ୟୁଜ ହୋଇଯାଉଛି । ଯାହା ଏକ ସଭ୍ୟ ସମାଜ ପାଇଁ ଶୁଭପ୍ରଦ ନୁହେଁ । ନକରାତ୍ମକ ଖବର ପ୍ରସାର ଯୋଗୁଁ ଲୋକଙ୍କ ମନରେ ନିରାଶ ଭାବ ଉତ୍ପର୍ଣ୍ଣ ହେଉଛି । ତେଣୁ ଆମେ ଭଲ ଓ ସଠିକ ଖବର ପ୍ରସାର ପ୍ରଚାର କରିବା ପାଇଁ ସଙ୍କଳ୍ପ ନେବା ଉଚିତ୍ ।