ଏହି ୫ ଜଣକୁ କେବେ କୁହନ୍ତୁ ନାହିଁ ଗୁପ୍ତ କଥା ! ସଙ୍କଟରେ ପଡିପାରନ୍ତି ଆପଣ

129

ମହାଭାରତର ତୀର୍ଥଯାତ୍ରା ପର୍ବରେ କୁହାଯାଉଛି କେଉଁ ୫ ଜଣକୁ କହିବେ ନାହିଁ ଗୁପ୍ତ କଥା । ଆପଣ ଯଦି ଏହି ୫ ଜଣକୁ ଗୁପ୍ତ କଥା କହୁଛନ୍ତି, ତେବେ ଦିନେ ନା ଦିନେ ଆପଣ ସଙ୍କଟରେ ପଡିପାରନ୍ତି । ଆସନ୍ତୁ ଜାଣିବା କିଏ ସେହି ଲୋକ . . . .

୧. ମୁର୍ଖ ବ୍ୟକ୍ତି – ଯିଏ ଭଲ-ଖରାପ ଓ ଶତ୍ରୁ-ମିତ୍ର ମଧ୍ୟରେ ଭିନ୍ନତା ଲକ୍ଷ୍ୟ କରିପାରେନି ତାଙ୍କୁ କୁହାଯାଏ ମୁର୍ଖ । ଏମିତି ବ୍ୟକ୍ତି ସାମ୍ନାରେ ଯଦି କିଛି ଗୁପ୍ତ କଥା କହୁଛନ୍ତି, ତେବେ ସେ କାହାକୁ ବି ଆପଣଙ୍କ କଥା କହିଦେଇପାରେ । ସଥିିପାଇଁ ମୁର୍ଖ ବ୍ୟକ୍ତିଙ୍କୁୁ ଗୁପ୍ତ କଥା କହିବାରୁ ନିବୃତ ରୁହନ୍ତୁ ।

୨. ବାଳକ – କୌଣସି ଛୋଟ ପିଲା ସାମ୍ନାରେ ଗୁପ୍ତ କଥା କୁହନ୍ତୁ ନାହିଁଁ । କାରଣ ସେମାନଙ୍କୁ ଜଣା ନଥାଏ କାହା ସାମ୍ନା କେଉଁ କଥା କୁହାଯିବ । ଏପରି କରିବା ଦ୍ୱାରା ଆପଣ ସଙ୍କଟରେ ପଡିପାରନ୍ତି ।

୩. ଲୋଭୀ- ଯେଉଁ ମଣିଷ ଧନ ଲାଳସାରେ ଅନ୍ଧ ତାକୁ ମଧ୍ୟ ନିଜର ଗୁପ୍ତ କଥା କୁହନ୍ତୁ ନାହିଁ । କାଣ ସେ ସମୟ ଆସିଲେ ତା’ର ସ୍ୱାର୍ଥ ସିଦ୍ଧି ପାଇଁ ଆପଣଙ୍କ କଥା କାହା ଆଗରେ ବି ପ୍ରକାଶ କରିପାରେ ।

୪. ଦୁଷ୍ଟ ପୁରୁଷ – ଯେଉଁଲାକ ଚୋରୀ, ଲୁଟ , ଡକାୟିତ ଆଦି କାମ କରେ ଯାହା ଦ୍ୱାରା ଅନ୍ୟର କ୍ଷତି ହୁଏ, ସେ ନିମ୍ନ ଶ୍ରେଣୀର ଲୋକ ବା ଖଳ ପ୍ରକୃତିର ଲୋକ । ଏପରି ଲୋକ ନିଜର ଫାଇଦା ପାଇଁ କିଛି ବି କରିପାରନ୍ତି । ତେଣୁ ଏପରି ଲୋକ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

୫. ପାଗଳ – ପାଗଳ ଆଗରେ କିଛି କହିବା ସବୁଠାର ବେଶୀ ବିପଜ୍ଜନକ । କାରଣ କେତବେଳେ ତା’ ମନକୁ କ’ଣ ଆସିବ ଓ ସବୁ କଥା କହିଯିବ । ଏଥିପାଇଁ ପାଗଳ ଆଗରେ ମଧ୍ୟ ଗୁପ୍ତ କଥା ପ୍ରକାଶ କରନ୍ତୁ ନାହିଁ ।

                                               ସୌଜନ୍ୟ- ଦୈନିକ ଭାସ୍କର