ଗୁଜରାଟରେ ଗଧଙ୍କ ପାଇଁ ପ୍ରଚାର ବନ୍ଦ କରନ୍ତୁ ଅମିତାଭ ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି ଏପରି କହିଲେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ

13

କନକ ବ୍ୟୁରୋ : ଗୁଜରାଟରେ ଗଧଙ୍କ ପାଇଁ ପ୍ରଚାର ବନ୍ଦ କରନ୍ତୁ ଅମିତାଭ । ୟୁପି ନିର୍ବାଚନ ପ୍ରଚାର ଯୁଦ୍ଧରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଟାଣିବା ସହ ଏପରି ଆକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ରାୟବରେଲିରେ ନିର୍ବାଚନ ପ୍ରଚାର ବେଳେ ଅଖିଳେଶ କହିଛନ୍ତି ଯେ ମହାନାୟକ ଅମିତାଭ ବଚ୍ଚନ ଗୁଜରାଟର ଗଧଙ୍କ ପାଇଁ ପ୍ରଚାର କରୁଛନ୍ତି ।

ଏପରି ପ୍ରଚାର ବନ୍ଦ କରିବାକୁ ତାଙ୍କୁ ଉତ୍ତରପ୍ରଦେଶର ଜନତା ଅନୁରୋଧ କରୁଛନ୍ତି ବୋଲି କହିଛନ୍ତି ଅଖିଳେଶ । ଗୁଜରାଟର ବ୍ରାଣ୍ଡ ଆମ୍ବାସଡର ଥିବା ଅମିତାଭଙ୍କୁ ଏପରି ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ଅଖିଳେଶ । ତେବେ ଏହାର ଜବାବରେ ବିଜେପି କହିଛି ଯେ ଅଖିଳେଶ ମାନସିକ ସନ୍ତୁଳନ ହରାଇଛନ୍ତି ।