ସେଓ ଖାଇସାରିବା ପରେ ଖାଉଛନ୍ତି କି ଏସବୁ ଜିନିଷ ? ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏଭଳି ସମସ୍ୟା

79

ପ୍ରତିଦିନ ସକାଳେ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଶରୀର ରୋଗମୁକ୍ତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । କିନ୍ତୁ ଯଦି ଆପଣ ଏହାକୁ ଭୁଲ ସମୟରେ ଖାଉଛନ୍ତି ବା ଭୁଲ ଜିନିଷ ସହ ଖାଉଛନ୍ତି ତେବେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ସେଓ ଖାଇବାର ତୁରନ୍ତ ପରେ କେଉଁ ସବୁ ଜିନିଷ ଖାଇବା ଅନୁଚିତ ।

• ସେଓ ଖାଇବା ପରେ ଭୁଲରେ ମଧ୍ୟ ପାଣି ପିଅନ୍ତୁ ନାହିଁ । ଅତି କମରେ ସେଓ ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ । ଏପରି ନକରିବା ଦ୍ୱାରା କଫ ସମସ୍ୟା ଦେଖାଯାଇଥାଏ ।

• କିଛି ଲୋକ ସେଓ ଖାଇବା ପରେ ଖଟା ଜାତୀୟ ଖାଦ୍ୟ ଖାଇଥାନ୍ତି । ସେଓ ଖାଇବା ପରେ ଆଚାର ବା ଅନ୍ୟ ଖଟା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ସୃଷ୍ଟି ହୋଇଥାଏ ।

• ସେଓ ଖାଇବାର ତୁରନ୍ତ ପରେ ମୂଳା ଖାଆନ୍ତୁ ନାହିଁ । ଏପରି କଲେ ଶରୀରରେ ଧଳା ରଙ୍ଗର ଦାଗ ଦେଖାଯାଇଥାଏ।