କେଉଁ ଅବସ୍ଥାରେ ଖାଇବେ ନାହିଁ ଅଦା ? ଜାଣନ୍ତୁ, ସୁସ୍ଥ ରୁହନ୍ତୁ

110

ଆମ ଘରମାନଙ୍କରେ ଅଦାର ବହୁଳ ବ୍ୟବହାର କରାଯାଇଥାଏ । କାରଣ ଅନେକ ରୋଗର ସମାଧାନ କରିଥାଏ ଅଦା । ଥଣ୍ଡା , ସର୍ଦ୍ଦି, ଅନେକ ଦିନର କାଶ ଭଲି ରୋଗକୁ ଭଲ କରିଥାଏ ଅଦା । କିନ୍ତୁ ସବୁବେଳେ ସମସ୍ତଙ୍କ ପାଇଁ ଅଦା ସାହଯ୍ୟ କରିନଥାଏ । କେତେକ କ୍ଷେତ୍ରରେ ଅଦା ମଧ୍ୟ ଶରୀର ପାଇଁ କ୍ଷତି ପହଂଚାଇଥାଏ । ଏମିତି କିଛି ରୋଗ ଅଛି ଯେଉଁ ସମୟରେ ଆପଣ ଅଦା ଖାଇବା ଅନୁଚିତ ।

ତେବେ ଜାଣନ୍ତୁ କେଉଁ ସମୟରେ ଖାଇବେ ନାହିଁ ଅଦା :

କମ ଓଜନ ଥିବା ବ୍ୟକ୍ତି :
ଓଜନ କମାଇବାରେ ସାହାଯ୍ୟ କରିଥା ଏ ଅଦା । ଏହା ହଜମ କରାଉଥିବା ଏନଜାଇମକୁ ନିୟନ୍ତ୍ରଣକରିବା ସହ ଭୋକ କମାଇଥାଏ ଫଳରେ ଲୋକଙ୍କର ଓଜନ କମିଥାଏ ।କମ ଓଜନ ଥିବା ଳୋକମାନେ ଅଦା ଖାଇଲେ ସେମାନଙ୍କର ଓଜନ ଆହୁରି କମିଥାଏ । ଭୋକ କମାଇବା ସହ ଚୁଟି ଉପୁଡିବା ଓ କେତେକ ଭିଟାମିନର ଅଭାବ ଦେଖାଦେଇଥାଏ । ତେଣୁ ଯଦି ଓଜନ ବଢାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଖାଦ୍ୟରୁ ଅଦାକୁ ହଟାଇ ଦିଅନ୍ତୁ ।

ଯାହାର ରକ୍ତ ଅସମାନତା ବା ବ୍ଲଡ ଡିଜଅର୍ଡର

ହେମୋଫିଲିଆ ଏକ ବିରଳ ବା କ୍ୱିଚିତ ଅବସ୍ଥା ଯାହା ଶରୀରରୁ ରକ୍ତକୁ ବାହାରନକରିବାରେ ସାହାଯ୍ୟ କରିଥାଏ । କେତେ କଣ୍ଡିସନରେ ବ୍ଲଡକ୍ଲଟ ଖତରନାକ ହୋଇଥାଏ, କିନ୍ତୁ ଏହା ଶରୀର ପାଇଁ ଏହା ଉପକାରୀ । ରକ୍ତ ବୋହିବା ବନ୍ଦ ନ ହେଲେ ଶରୀରରୁ ବହୁତ ରକ୍ତ ବାହାରିଥାଏ । ତେଣୁ ଏଭଳି କ୍ଷେତ୍ରରେ ଶରୀରରେ ପ୍ରବାହକୁ ବଢାଇବା ପାଇଁ ସମସ୍ତେ ଅଦା ଖାଇବାକୁ କହିଥାଆନ୍ତି । କିନ୍ତୁ ହେମୋଫିଲିଆ ରେଗୀମାନେ ଅଦା ଖାଇବା ଦ୍ୱାରା ଶରୀରୁ ଅଧିକ ରକ୍ତ ବାହାରି ଯିବାରେ ସାହାଯ୍ୟ କରିଥା ଏ । ଫଳରେ ଜୀବନ ବଂଚାଇବାରେ ଏହାର କୁପ୍ରଭାବ ପଡିଥାଏ ।

ଗର୍ଭାବସ୍ଥା

ଗର୍ଭାବସ୍ଥାର ପ୍ରଥମ କିଛି ସପ୍ତାହରେ ସକାଳୁ ସକାଳୁ ଦୁର୍ବଳ ଲାଗେ । ଏହି ସମୟରେ ଦୁର୍ବଳତାକୁ କମ କରିବା ପାଇଁ ଅଦା କାଇବାକୁ କହିଥାଆନ୍ତି କିନ୍ତି ଶେଷ ତିନିମାସରେ ଅଦା ଖାଇଲେ ସମୟ ଆଗରୁ ପିଲା ଜନ୍ମ ହେବା ସହ ଯନ୍ତ୍ରଣା ଅଧିକ ହୋଇଥାଏ ।

କିଛି ନିର୍ଦ୍ଦିଷ୍ଟ ଔଷଧ ଖାଇବା ସମୟରେ

ଯେଉମାନେ ଡାଇବେଟିସ ଓ ଉଚ୍ଚ ରକ୍ତଚାପରେ ପୀଡିତ ସେମାନଙ୍କ ପାଇଁ ଅଦା ଜମାରୁ ଖାଇବା କଥା ନୁହେଁ । ବେଟା ବ୍ଲକରର୍ସ, ଆଂଟିକୋଆଗୁଲାଂଟ ଓ ଇନସୁଲିମ ଆଦି ଅଦା ସହ ମିଶିଲେ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଅଦା ରକ୍ତକୁ ପତଳା କରିବା ସହ ନିମ୍ନ ରକ୍ତଚାପ କରାଇବାରେ ସାହାଯ୍ୟ କରିଥାଏ ।