+୫ ଏବଂ +୪ରୁ ଆରମ୍ଭ ହେଉଥିବା ଏକ ଅଜ୍ଞାତ ନମ୍ବରରୁ କଲ ଆସୁଛିକି ? ତେବେ ସାବଧାନ ! ଉଡିଯାଇପାରେ ଆପଣଙ୍କ ସବୁ ବାଲାନ୍ସ ।

32

ଗତ କିଛି ଦିନ ହେବ +୫ ଏବଂ +୪ରୁ ଆରମ୍ଭ ହେଉଥିବା କିଛି ଅଜ୍ଞାତ ନମ୍ବରରୁ ଲୋକମାନଙ୍କ ପାଖକୁ କଲ ଆସୁଛି । ଯାହା ରିସିଭ କରିବା ମାତ୍ରେ ମୋବାଇଲରେ ଥିବା ସମସ୍ତ ବାଲାନ୍ସ ଉଡିଯାଉଛି । ଏହି ଭଳି ଅଶ୍ଚର୍ଯ୍ୟକର ଘଟଣାର ଅନେକ ଅଭିଯୋଗ ଆସିଛି କେରଳ ପୋଲିସ ନିକଟକୁ । ତେଣୁ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ +୫ ଏବଂ +୪ରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରୁ କଲ ଆସିଲେ ଫୋନ କଲ ନଉଠାଇବା ପାଇଁ ଲୋକମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏଥିସହିତ ବୋଲିବିୟାର ଆଇଏସଡି କୋଡ +୫୯୧ ହୋଇଥିବାରୁ ଏହି ଫୋନ କଲ ବୋଲିବିୟାରରୁ ଆସୁଥିବାର ସନ୍ଦେହ କରିଛି ପୋଲିସ ।

ପୋଲିସଙ୍କ କହିବା ଅନୁସାରେ, ଜଣେ ହାଇଟେକ ସେଲ ଏହି ମାମଲାର ଛାନଭିନ କରୁଛି । ଯଦିଓ ଏଯାଏ ଏହି ଫୋନ କଲ କିଏ କରୁଛି ଏବଂ କେଉଁଠୁ କରାଯାଉଛି ତାହା ଜଣାପଡିନାହିଁ । କିନ୍ତୁ ପୋଲିସ ଏହାର ଖୋଳତାଡ କରି ଅତି ଶିଘ୍ର ମାମଲାର ସମାଧାନ କରିବ ବୋଲି କହିଛି ।

ସୂଚନା ମୁତାବକ, କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ପାଖକୁ ଏକ ଫୋନ ନମ୍ବରରୁ ମିସକଲ ଆସିଥିଲା । ଆସିଥିବା ଫୋନ କଲର ନମ୍ବର +୫ ଏବଂ +୪ରୁ ଆରମ୍ଭ ହୋଇଥିଲା । ପରେ ବ୍ୟକ୍ତି ଜଣକ ମିସକଲ ଦେଖି କଲ କରିବାରୁ ତାଙ୍କର ମୋବାଇଲରେ ଥିବା ସମସ୍ତ ବାଲାନ୍ସ କଟିଯାଇଥିଲା । ଏହି ଘଟଣା ବାରମ୍ବାର ଘଟିବା ପରେ ଲୋକମାନେ କେରଳ ଥାନାରେ ଏକ ଅଭିଯୋଗ କରିଥିଲେ । ଏହି ଫୋନ କଲ ବିରୁଦ୍ଧରେ ଥାନାରେ ଅନେକ ଅଭିଯୋଗ ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯେପର୍ଯ୍ୟନ୍ତ ଏହି ଘଟଣାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଲୋକମାନେ ଏହି ନମ୍ବରରୁ ଆସୁଥିବା କଲକୁ ନଉଠାଇବା ପାଇଁ ନିର୍ଦେଶ ଦେଇଛନ୍ତି ।