ଅବ୍ୟବହୃତ ତଥା ପୁରୁଣା ଫୋନକୁ ବେକାର ଭାବି ଫୋପାଡ଼ି ଦେଉଛନ୍ତି କି ? ଏପରି ଭୁଲ କରନ୍ତୁନି, ପୁରୁଣା ଫୋନରେ ଲୁଚି ରହିଥାଏ ସୁନା ସମେତ ଅନେକ ମୂଲ୍ୟବାନ ଧାତୁ

67

ସ୍ମାର୍ଟଫୋନକୁ ନେଇ ବର୍ତ୍ତମାନ ସମୟରେ କ୍ରେଜ୍ ବଢ଼ିବାରେ ଲାଗିଛି । ଆଜିକାଲି ଲୋକମାନେ ନିୟମିତ ବ୍ୟବଧାନରେ ଫୋନ୍ ବଦଳାଇବା ପାଇଁ ପସନ୍ଦ କରୁଛନ୍ତି । ବଜାରରେ ନୂଆ ମୋବଇଲ ଲଂଚ ହେଲା ମାତ୍ରେ କିଣିନେଉଛନ୍ତି । କିମ୍ବା ମୋବାଇଲଟି ଟିକିଏ ପୁରୁଣା ଫୋନ ବିକ୍ରି କରି ନୂଆ ଫୋନ୍ କିଣିନିଅନ୍ତି । ନୂଆ ଫୋନ୍ କିଣିବା ପରେ ସମସ୍ତେ ପୁରୁଣା ଫୋନକୁ ଭୁଲିଯାଆନ୍ତି । ତେବେ ଆପଣ ଜାଣନ୍ତି କି ଯେଉଁ ସ୍ମାର୍ଟଫୋନକୁ ଆପଣ ବେକାର ଭାବୁଛନ୍ତି , ସେଥିରେ ଥାଏ ସୁନା ସମେତ ଅନେକ ମୂଲ୍ୟବାନ ଧାତୁ । ସୂଚନା ଅନୁସାରେ ସ୍ମାର୍ଟଫୋନ୍ ତିଆରି ସମୟରେ ସୁନା ବ୍ୟହାର କରାଯାଇଥାଏ । ଏହା ବ୍ୟୃତୀତ ଫୋନ୍ ତିଆରି ସମୟରେ ରୂପା ଓ ତମ୍ବା ପରି ଧାତୁ ମଧ୍ୟ ବ୍ୟବହୃତ ହୁଏ ।

ଏକ ମୋବାଇଲ ଫୋନରେ ୦.୦୧ ପ୍ରତିଶତ ସୁନା, ୧୦-୧୫ ପ୍ରତିଶତ ରୂପା, ୪୦-୫୦ ପ୍ରତିଶି ପୁନଃବ୍ୟବହୃତ ପ୍ଲାଷ୍ଟିକ ପରି ଜିନିଷ ବ୍ୟବହାର ହୁଏ । ଏହା ବ୍ୟତୀତ ମୋବାଇଲ ଫୋନ ବ୍ୟବହାର ସମୟରେ ଆଉ ଅନେକ ଜିନିଷ ବ୍ୟବହାର କରାଯାଏ । ଏକ ଅଧ୍ୟୟନ ଅନୁସାରେ ଏକ ଟନ୍ ଫୋପଡ଼ାଯାଇଥିବା ମୋବାଇଲ ଫୋନରୁ ୧୫୦ ଗ୍ରାମ ସୁନା, ୧୦୦ କିଲୋ ତମ୍ବା ଓ ୩ କିଲୋ ରୂପା ବାହରେ କରାଯାଇ ପାରିବ । ତେବେ ଆଇଫୋନ୍ ବିଷୟରେ ଆଲୋଚନା କଲେ, ସେଥିରେ ପାଖାପାଖି ୦.୦୩୪ ଗ୍ରା ସୁନା, ୦.୦୧୫ ଗ୍ରାମ ପେଲେଡ଼ିୟମ୍, ୦.୦୩ ଭ୍ରାସ ରୂପା,, ୧୫ ଗ୍ରମ ତମ୍ବା, ୨୫ ଗ୍ରାମ ଆଲୁମିନିୟମ୍ ଥାଏ । ଏହା ବ୍ୟତୀତ ଦାମୀ ସ୍ମାର୍ଟଫୋନ ଗୁଡ଼ିକରେ ଏକ ଗ୍ରାମ ପର୍ଯ୍ୟନ୍ତ ସୁନା ମିଳେ । ଦୁନିଆରେ ଏବେ ଅନେକ ଏପରି ମୋବଇଲ ଫୋନ ଅଛନି ଯାହାର ବ୍ୟହାର ହେଉନାହିଁ । ମୋବାଇଲ ଫୋନ୍ ତିଆରି କରିବା ସମୟରେ ସୁନା ବ୍ୟତୀତ ଆଉ ଅନେକ ଦୁର୍ଲଭ ଧାତୁର ବ୍ୟବହାର କରାଯାଏ ।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ୨୦୦ କୋଟିରୁ ଅଧିକ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ଏଥିରୁ ଆପଣ ଜାଣିପାରୁଥିବେ ମୋବାଇଲ ଫୋନରେ କେତେ ଅଧିକ ଧାତୁ ବ୍ୟବହାର ହେଉଥିବା । ମୋଟାମୋଟି ଭାବେ ଦୁନିଆଲେ ଲୋକମାନେ ପ୍ରତି ୧ବର୍ଷ ମଧ୍ୟରେ ନୂଆ ମୋବାଇଲ କିଣି ନିଅନ୍ତି । କାରଣ ଏତିକି ସମୟ ମଧ୍ୟରେ ବାଜରକୁ ନୂଆ ଫୋନ୍ ଆସିଯାଏ । ଆଉ ପ୍ରାୟ ସମସ୍ତେ ନୂଆ ଫୋନ୍ କିଣିବା ପାଇଁ ଚାହାନ୍ତି । ଏକ ଅଧ୍ୟୟନ ଅନୁସାରେ ୧୦ ଲକ୍ଷ ମୋବାଇଲରେ ପାଖାପାଖି ୧୬ ଟନ୍ ତମ୍ବା, ୩୫୦ କିଲୋ ରୂପା ଓ, ୩୪ କିଲୋ ସୁନା ଓ ୧୫ କିଲୋ ପେଲେଡ଼ିୟମ ବ୍ୟବହାର କରାଯାଇପାରିବ ।

ଆପଲ ଏନେଇ ନିକଟରେ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରୁ ଜଣାପଡ଼ିଛି ୨୦୧୫ରେ କମ୍ପାନୀ ପୁରୁଣା ଆଇଫୋନ୍, ଆଇପ୍ୟାଡ଼୍ ଓ ମେକବୁକରୁ ପାଖାପାଖି ୧ ଟନ୍ ସୁନା ବାହାର କରିଛି । ଆପଲ ଲଂଚ ସଚଷକ୍ଟଦ୍ଭର ଝଋ କରିବା ସମୟରେ ଏକ ଭିଡ଼ିଓ ଜାରି କରିଥିଲା । ଆଉ ଉକ୍ତ ଭିଡ଼ିଓରେ ଏକ ରୋବଟ୍ ଖରାପ ସ୍ମାର୍ଟଫୋନରୁ ସମସ୍ତ ପାଟସ ଅଲଗା କରିବାର ଦେଖାଯାଉଥିଲା ।