ଗୋଡ ଛନ୍ଦିି ବସୁଛନ୍ତି କି ? ସାବଧାନ ହୋଇଯାଆନ୍ତୁ ନଚେତ୍ ଏହି ସମସ୍ୟାରେ ପଡିପାରନ୍ତି ।

36

ଅନେକ ଲୋକ ଗୋଡ ଉପରେ ଗୋଡ ରଖି ବା ଗୋଡରେ ଗୋଡକୁ ଛନ୍ଦି ରଖି ବସିଥାନ୍ତି । ଏହାକୁ ଆରାମଦାୟକ ବୋଲି ମନେ କରା ଯାଇଥାଏ, କିନ୍ତୁ ଆପଣ କ’ଣ ଜାଣନ୍ତି କି ଏଭଳି ବସିଲେ, ଶାରୀରିକ ସମସ୍ୟା ଦେଖା ଦେଇଥାଏ ।

ଚିକିତ୍ସକମାନଙ୍କ ମତ ଅନୁଯାୟୀ ଆପଣ ଯେତେବେଳେ ଅଧିକ ସମୟ ଧରି ଜଂଘ ଉପରେ ରଖି ବସନ୍ତି, ସେତେବେଳେ ଆପଣଙ୍କର ମାଂସପେଶୀ ସ୍ଥାଣୁ ଭଳି ହୋଇ ଯାଇଥାଏ । କେତେକ କ୍ଷେତ୍ରରେ ଏହା ସାମୟିକ ଓ ଆଉ କେତେକଙ୍କ କ୍ଷେତ୍ରରେ ଏହା ସ୍ଥାୟୀ ସମସ୍ୟା ସୃଷ୍ଟି କରିଥାଏ । ଦୀର୍ଘ ସମୟ ଧରି ଗୋଡ ଉପରେ ଗୋଡ ରଖି ବସିଲେ ନର୍ଭ ପଲ୍ସି ଉପୁଜିଥାଏ । ନାଡିର ଗତି ମନ୍ଥର ହୋଇ ଯାଇଥାଏ । ଏଭଳି ପରିସ୍ଥିତି ଉପୁଜେ ଯେ, ଆପଣ ନିଜର ଗୋଡ ଉଠାଇ ଠିଆ ମଧ୍ୟ ହେବାକୁ ଅସମର୍ଥ ହୁଅନ୍ତି ।

ଖାଲି ସେତିକି ନୁହେଁ ଏଭଳି ସ୍ଥିତିରେ ବସିଲେ ଆପଣଙ୍କର ରକ୍ତ ଚାପ ମଧ୍ୟ ବୃଦ୍ଧି ପାଇଥାଏ । ଏହା ଦୀର୍ଘ ସମୟ ଧରି ସମସ୍ୟା ସୃଷ୍ଟି କରିଥାଏ ।

ଦୀର୍ଘ ସମୟ ଧରି ଗୋଡ ଉପରେ ଗୋଡ ରଖି ବସିଲେ, ଶିରା ଗଣ୍ଠିଗଣ୍ଠିଆ ହୋଇ ଯାଇଥାଏ । ଏହା ଶରୀରକୁ ଯନ୍ତ୍ରଣା ମଧ୍ୟ ଦେଇଥାଏ ।

ଏଣୁ କଦାଚିତ୍ ଗୋଡ ଉପରେ ଗୋଡ ରଖି ବସିବାରେ ଅଭ୍ୟସ୍ତ ନ ହେବା ପାଇଁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି ।