ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ସାକ୍ଷାତ ! ଆସନ୍ତା ସପ୍ତାହରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ

37

କନକ ବ୍ୟୁରୋ : ବିଶ୍ୱର ଦୁଇ ମହାଶକ୍ତିର ରାଷ୍ଟ୍ର ମୁଖ୍ୟ ଖୁବ୍ ଶୀଘ୍ର ସାକ୍ଷାତ କରିବାକୁ ଯାଉଛନ୍ତି । ଆସନ୍ତା ସପ୍ତାହରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କୁ ଭେଟିବେ । ଫ୍ଲୋରିଡାରେ ଜିନପିଙ୍ଗ ଓ ଡୋନାଲ୍ଡ ଟ୍ରଂପଙ୍କ ମଧ୍ୟରେ ଏପ୍ରିଲ ୬ ଓ ୭ରେ ପ୍ରଥମ ଦ୍ୱିପାକ୍ଷିକ ଶିଖରସ୍ତରୀୟ ଆଲୋଚନା ହେବ । ଏଥିରେ ଦୁଇ ଦେଶର ସଂପର୍କର ଦଶା ଓ ଦିଶା ଉପରେ ଆଲୋଚନା ହେବ ବୋଲି ଜଣାପଡିଛି ।

ଦକ୍ଷିଣ ଚୀନ ସାଗରକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ବଢିଥିଲା । ଏପରିକି ଦକ୍ଷିଣ ଚୀନ ସାଗରରୁ ଆମେରିକୀୟ ଡ୍ରୋନକୁ ଚୀନ ଜବତ କରିବା ପରେ ଟ୍ରଂପ ଚୀନକୁ ଚୋର କହି କଟୁ ସମାଲୋଚନା ଦେଇଥିଲେ । ତେଣୁ ଚାପା ଉତ୍ତେତଜନା ଭିତରେ ଉଭୟ ନେତା ଆଲୋଚନା କରିବାକୁ ଯାଉଛନ୍ତି । କାଳେ ଏହି ବୈଠକରେ ଟ୍ରଂପ ଏସିଆକୁ ନେଇ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି । ଏପରି ସମ୍ଭାବନାକୁ ଆଖିରେ ରଖି ବୈଠକ ଉପରେ ଭାରତ ମଧ୍ୟ ତୀକ୍ଷ୍ଣ ନଜର ରଖିଛି ।