ବହି ଖୋଲିଦେଲା ଟ୍ରମ୍ପଙ୍କ ମୁଖା । ସାମ୍ନାକୁ ଆସିଲା ସାଙ୍ଗକୁ ଧୋକା ଦେବାର କାହାଣୀ

46

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଏହା ସତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଅନେକ ସାଙ୍ଗଙ୍କୁ ଧୋକା ଦେଇଛନ୍ତି ବା ବିଶ୍ୱାସଘାତକତା କରିଛନ୍ତି । ସେମାନେ ସମସ୍ତେ ହେଉଛନ୍ତି ସେମାନଙ୍କର ଅତି ଘନିଷ୍ଠ ବନ୍ଧୁଙ୍କ ପତ୍ନୀ ।

ଟ୍ରମ୍ପଙ୍କୁ ନେଇ ଏ ଚର୍ଚ୍ଚାର ପର୍ଦ୍ଦାଫାଶ କରିଛନ୍ତି ମାଇକେଲ ଓଲଫ । ତାଙ୍କର ନୂଆ ବହି ‘ଫାୟାର ଆଣ୍ଡ ଫ୍ୟୁରି’ ରେ ସେ ଟ୍ରମ୍ପଙ୍କ ବାବାଦରେ ଏହା ପ୍ରକାଶ କରିଛନ୍ତି । ଜାନୁୟାରୀ ୯ରେ ଏହି ପୁସ୍ତକର ଉନ୍ମୋଚନ କରାଯିବ କିନ୍ତୁ ତା ପୂର୍ବରୁ ପୁସ୍ତକର କିଛି ଅଂଶ ଅନଲାଇନରେ ଦେଖିବାକୁ ମିଳୁଛି । ସାଙ୍ଗମାନଙ୍କ ପତ୍ନୀଙ୍କ ସହ ଧୋକା ଦେବା ପାଇଁ ଟ୍ରମ୍ପ କେଉଁପ୍ରକାର ଟ୍ରିକ ଆପଣାଉଛନ୍ତି ଏହି ପୁସ୍ତକରେ ଲେଖାଯାଇଛି ।

ଏହି ପୁସ୍ତକରେ ଓଲଫ ପ୍ରକାଶ କରିଛନ୍ତି,ଟ୍ରମ୍ପ ତାଙ୍କର ଜଣେ ସାଙ୍ଗର ପତ୍ନୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ସେ ତାଙ୍କ ସ୍ୱାମୀଙ୍କ ବିଷୟରେ ଚିନ୍ତା କରୁଛନ୍ତି । ତାଙ୍କ ଦୁଃଖ ସମୟରେ ସାହାଯ୍ୟ କରି ସେ ବନ୍ଧୁ ପତ୍ନୀଙ୍କର ଘନିଷ୍ଠ ହେବାକୁ ଚେଷ୍ଟା କରିଥିଲେ । ତାଙ୍କ ସ୍ୱାମୀ ବାହାରକୁ ଗଲାପରେ, ଟ୍ରମ୍ପ ତାଙ୍କ ସାଙ୍ଗଙ୍କ ଘରେ ପହଂଚିଥିଲେ ଏବଂ ତାଙ୍କ ସାଙ୍ଗ ସହ ଫୋନର ଲାଉଡସ୍ପିକର ଅନ କରି କଥା ହୋଇଥିଲେ । ତା ପରେ ସେମାନେ ସେକ୍ସ ବିଷୟରେ କଥା ହୋଇଥିଲେ ଯାହା କି କେବେ ଜଣେ ମହିଳାଙ୍କ ସହ କରିବା ଉଚିତ ନୁହେଁ ।

ଏପରିକି ଟ୍ରମ୍ପ ସବୁ ଭୁଲିଯାଇଥିଲେ ଏବଂ ତାଙ୍କ ସାଙ୍ଗଙ୍କ ପତ୍ନୀଙ୍କୁ ପଚାରିଥିଲେ , ତୁମେ ମୋ ସହ ସ୍ତ୍ରୀ ଭଳି ସେକ୍ସ କରିବାକୁ ଆଗ୍ରହୀ କି । ଟ୍ରମ୍ପଙ୍କ ବାବଦରେ ଏସବୁ କଥା ପୂର୍ବରୁ ମଧ୍ୟ ଲୋକଲୋଚନକୁ ଆସିସାରିଛି ।ଆଗରୁ ମଧ୍ୟ ଜଣେ ଅଭିନେତ୍ରୀ ଟ୍ରମ୍ପଙ୍କ ବିରୋଧରେ ଏଭଳି ଅଭିଯୋଗ କରିଥିଲେ । ଆଭିନେତ୍ରୀ ଜଣକ ଯେତେବେଳେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଟ୍ରମ୍ପଙ୍କ ସହ ଭେଟିଥିଲେ ତା ପରେ ଟ୍ରମ୍ପ ତାଙ୍କୁ ଫୋନ କରି ସାକ୍ଷାତ କରିବାକୁ ଡାକିଥିଲେ ।

ସୌଜନ୍ୟ: ଆଜତକ