ବଲିଉଡ୍ ସିନେମାକୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରଶଂସା : ସମଲିଙ୍ଗୀ ସଂପର୍କ ଉପରେ ଆଧାରିତ ଫିଲ୍ମ “ଶୁଭ ମଙ୍ଗଲ ଜ୍ୟାଦା ସାବଧାନ”କୁ ଟ୍ୱିଟରରେ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ୍ ।
ପରଦାକୁ ଆସିଛି ବହୁପ୍ରତିକ୍ଷିତ ସିନେମା ଶୁଭ ମଙ୍ଗଲ ଜ୍ୟାଦା ସାବଧାନ । ୨୦୧୭ ରେ ରିଲିଜ ଶୁଭମଙ୍ଗଲ ସାବଧାନର ସିକ୍ୱେଲ ଭାବେ ନିର୍ମାଣ ହୋଇଛି ଏହି ସିନେମା । ମୁଖ୍ୟ ଭୂମିକାରେ ରହିଛି ଭର୍ସାଟାଇଲ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୟ । ତେବେ ଖାସ୍ କଥା ହେଉଛି ବଲିଉଡ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’କୁ ଆମେରିକା ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ସମଲିଙ୍ଗୀ ସଂପର୍କ ଉପରେ ଆଧାରିତ ଏହି ରୋମାଂଟିକ କମେଡି ଫିଲ୍ମ ଗତକାଲି ରିଲିଜ ହେବା ପରେ ଦର୍ଶକ ସିନେମାକୁ ଖୁବ୍ ପସନ୍ଦ କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଫିଲ୍ମଟିର ବିଷୟ। ଦେଶରେ ସମଲିଙ୍ଗି ସଂପର୍କକୁ ଆଇନସିଦ୍ଧ କରାଯିବା ପରେ ଏଭଳି ଏକ କାହାଣୀକୁ ନେଇ ତିଆରି ହୋଇଛି ଆୟୁଷ୍ମାନ ଖୁରାନା ଓ ଜିତେନ୍ଦ୍ର କୁମାରଙ୍କ ଅଭିନୀତ ଫିଲ୍ମ । ପ୍ରଥମେ ଏହି ଫିଲ୍ମର ଥିମକୁ ପ୍ରଶଂସା କରି ଟ୍ୱିଟ କରିଥିଲେ ଜଣେ ବ୍ରିଟିସ ସମାଜସେବୀ । ଯାହାକୁ ରି-ଟ୍ୱିଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
Great! https://t.co/eDf8ltInmH
— Donald J. Trump (@realDonaldTrump) February 21, 2020
ଭାରତରେ ସମଲିଙ୍ଗି ସଂପର୍କକୁ ଆଇନସିଦ୍ଧ କରାଯାଇଛି । ଏହାପରେ ସମଲିଙ୍ଗି ସଂପର୍କକୁ ନେଇ ତିଆରି ହୋଇଥିଲା ବଲିଉଡ ଫିଲ୍ମ ଶୁଭ ମଙ୍ଗଳ ଜ୍ୟାଦା ସାବଧାନ । ଏହିି ସିନେମା ଲୋକଙ୍କ ଭିତରେ ଅଧିକ ସଚେତନତା ସୃଷ୍ଟି କରିବ ବୋଲି ଏହି ଟ୍ୱିଟର ପୋଷ୍ଟରେ କୁହାଯାଇଛି । ଏହାକୁ ରି-ଟ୍ୱିଟ କରି ଟ୍ରମ ଲେଖିଛନ୍ତି ଗ୍ରେଟ୍ ଅର୍ଥାତ ଅତି ଉତ୍ତମ ବୋଲି ତାଙ୍କ ମତାମତ ଦେଇଛନ୍ତି ।