ମେ’ରେ ହୋଇପାରେ ଆମେରିକା ରାଷ୍ଟ୍ରପତି ଓ ଉତରକୋରିଆ ଶାସକଙ୍କ ସାକ୍ଷାତ ! ଦକ୍ଷିଣ କୋରିଆର ଦାବି

19

କନକ ବ୍ୟୁରୋ: ରାଷ୍ଟ୍ରପତି ଟ୍ରମ୍ପ୍ ମେ’ ମାସ ସୁଦ୍ଧା ଉତ୍ତର କୋରୀୟ ନେତା କିମ୍ ଜୋଙ୍ଗ୍-ଉନଙ୍କୁ ଭେଟିବାକୁ ଗୁରୁବାର ଦିନ ଇଚ୍ଛାପ୍ରକାଶ କରିଥିବା କଥା ଦକ୍ଷିଣ କୋରୀୟ ଦୂତ କହିଛନ୍ତି । ଆମେରିକା ଏବଂ ଉତ୍ତର କୋରିଆ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ କରାଇବାକୁ କିମଙ୍କ ଆମନ୍ତ୍ରଣ ରକ୍ଷା କରି ଟ୍ରମ୍ପ୍ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ସୋମବାର ଦିନ କିମଙ୍କ ସହ ଦକ୍ଷିଣ କୋରୀୟ ଅଧିକାରୀମାଙ୍କ ଆଲୋଚନା ପ୍ରସଙ୍ଗ ଟ୍ରମ୍ପଙ୍କୁ ଚୁମ୍ବକରେ କହିବା ପରେ ଦକ୍ଷିଣ କୋରିଆର ଜାତୀୟ ନିରାପତ୍ତା କାର୍ଯ୍ୟାଳୟ ମୁଖ୍ୟ ଚୁଙ୍ଗ୍ ଏଉଇ-ୟୋଙ୍ଗ୍ ହ୍ଵାଇଟ୍ ହାଉସ୍ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପାରମାଣବିକ ନିରସ୍ତ୍ରିକରଣ ଏବଂ ଆଣବିକ କିଂବା କ୍ଷେପଣାସ୍ତ୍ର ପରୀକ୍ଷା ବାତିଲ କରିବାକୁ କିମ୍ ବଦ୍ଧପରିକର ।ଗତବର୍ଷ ଆକ୍ରମଣାତ୍ମକ ଅପମାନ ଆଦାନ ପ୍ରଦାନ କରି ଯୁଦ୍ଧ ଭୟ ଉଦ୍ରେକ କରାଇଥିବା କିମ୍ ଓ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ୍, ଆମେରିକା ମେନଲାଣ୍ଡକୁ ଭେଦ କରିବାର ସାମର୍ଥ୍ୟ ଥିବା ଆଣବିକ-ଶୃଙ୍ଗ କ୍ଷେପଣାସ୍ତ୍ର ବିକଶିତ କରିବାକୁ ଉତ୍ତର କୋରିଆର ଉଦ୍ୟମ ଯୋଗୁଁ ତ୍ରିଶଙ୍କୁ ସ୍ଥିତିରେ ଥିବା ଉତ୍ତେଜନାର ସମାଧାନ ନିମନ୍ତେ ଏକ ନାଟକୀୟ ଉଦ୍ୟମ ।

ଚୁଙ୍ଗ୍ କହନ୍ତି: ମୁଁ ଟ୍ରମ୍ପଙ୍କୁ କହିଲି ଯେ ଆମ ବୈଠକରେ ଉତ୍ତର କୋରୀୟ ନେତା କିମ୍ ଜୋଙ୍ଗ୍-ଉନ୍ କହିଲେ ଯେ ସେ ଆଣବିକ ନିରସ୍ତ୍ରିକରଣ ପାଇଁ ବଦ୍ଧପରିକର । ଅଧିକ ଆଣବିକ କିଂବା କ୍ଷେପଣାସ୍ତ୍ର ପରୀକ୍ଷାରୁ ନିବୃତ ରହିବେ ବୋଲି କିମ୍ ନିୟମ କରି କହିଛନ୍ତି । ଯଥା ଶୀଘ୍ର ସମ୍ଭବ ସେ ଟ୍ରମ୍ପଙ୍କୁ ଭେଟିବା ସକାଶ ବ୍ୟାକୁଳତା ପ୍ରକାଶ କରିଥିଲେ। ଏହି ଚୁମ୍ବକେ କଥାକୁ ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରଶଂସା କରି କହିଛନ୍ତି ଯେ ଆଣବିକନିରସ୍ତ୍ରିକରଣ ପ୍ରାପ୍ତି ପାଇଁ ସେ ମେ’ ସୁଦ୍ଧା କିମ୍ ଜୋଙ୍ଗ୍-ଉନଙ୍କୁ ଭେଟିବେ । ଉତ୍ତର କୋରୀୟ ଦୂତଙ୍କ ବକ୍ତବ୍ୟ ଉପରେ ହ୍ଵାଇଟ୍ ହାଉସ୍ରୁ ତୁରନ୍ତ କୌଣସି ମତାମତ ମିଳିନାହିଁ ।