ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ : କହିଲେ, ଧମକାଇବାକୁ ଚେଷ୍ଟା କଲେ ଭୋଗିବ ପରିଣାମ

28

କନକ ବ୍ୟୁରୋ : ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ । ଯଦି ଆମେରିକାକୁ ଇରାନ ଧମକାଇବାକୁ ଚେଷ୍ଟା ବି କରେ ତାର ପରିଣାମ ଭୋଗିବାକୁ ପଡିବ । ଏହାର ଉଦାହରଣ ଏବେ ଯାଏଁ ଇତିହାସରେ ବୋଧ ହୁଏ ଦେଖିବାକୁ ମିଳିନି । କିଛି ଏଭଳି ଢଙ୍ଗରେ ଟୁଇଟ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଇରାନ ରାଷ୍ଟ୍ରପତି ହସନ ରୁହାନୀଙ୍କୁ ଟୁଇଟ କରି ସିଧାସଳଖ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଆମେ ସେଭଳି ଦେଶ ନୁହେଁ ଯିଏକି ଆପଣଙ୍କ ହିଂସା ଓ ମୃତ୍ୟୁଭଳି ହିଂସାକୁ ଦେଖି ଡରିଯିବ । ଟୁଇଟରେ ଅନେକ କଠୋର ଶଦ୍ଦ ବ୍ୟବହାର କରିବା ସହ ଯୁଦ୍ଧ ପାଇଁ ସେ ପ୍ରସୃତ ବୋଲି କହିଛନ୍ତି । ଏହା ପୂର୍ବରୁ ରବିବାର ଦିନ ଇରାନ ରାଷ୍ଟ୍ରପତି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକାକୁ ଧମକପୂର୍ଣ୍ଣ ଚେତାବନୀ ଦେଇଥିଲେ ।

source: google.co.in

ମିଷ୍ଟର ଟ୍ରମ୍ପ ବାଘର ଲାଂଜ ସହ ଖେଳିବାକୁ ଚାହୁଁଥିବା ବେଳେ ଇରାନ ଶାନ୍ତି ଚାହୁଁଛି । ଯଦି ଯୁଦ୍ଧ ହେବ ତେବେ ଆମେରିକା ପାଇଁ ଘାତକ ହେବ ବୋଲୀ ରୁହାନୀ କହିଛନ୍ତି । ଇରାନ ସହ କରିଥିବା ପରମାଣୁ ଚୁକ୍ତିରୁ ଆମେରିକା ଓହରିବା ପରେ ୨ ଦେଶ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଚୁକ୍ତିରୁ ଓହରିବା ପାଇଁ ଇରାନ ବାରମ୍ବାର ଆମେରିକାକୁ ଚେତାବନୀ ଦେବା ସତ୍ୱେ ଏହାକୁ କର୍ଣ୍ଣପାତ କରିନଥିଲା ଆମେରିକା । ଅନ୍ୟପଟେ ଆମେରିକାର ବୈଦେଶିକମନ୍ତ୍ରୀ ମାଇକ ପମ୍ପିୟୋ କହିଛନ୍ତି କି ଯଦି ଆବଶ୍ୟକ ପଡେ ତେବେ ଇରାନର ଶୀର୍ଷ ଅଧିକାରୀଙ୍କ ବିରୋଧରେ କଟକଣା ଲଗାଇ କଡ଼ାକାର୍ଯ୍ୟାନୁଷ୍ଟାନ କରିବେ ଟ୍ରମ୍ପ ସରକାର ।