ଆମେରିକାର ମଧ୍ୟସ୍ଥତାରେ ଖୁବ ଶୀଘ୍ର ସମାଧାନ ହେବ ଭାରତ-ପାକ୍ ଝଗଡ଼ା ! ଉଭୟ ଦେଶର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ବଡ଼ ବୟାନ ଦେଲେ ଡୋନାଲ୍ଡ ଟ୍ରମ୍ପ

439

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି । ହେଲେ ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି । ଭିଏତନାମର ହନୋଇରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଭାରତ ଓ ପାକିସ୍ତାନ ତରଫରୁ ଭଲ ଖବର ଆସୁଛି । ଖୁବଶୀଘ୍ର ଉଭୟଙ୍କ ମଧ୍ୟରେ ଜାରି ରହିଥିବା ଉତ୍ତେଜନାର ସମାଧାନ ହୋଇପାରେ । ଡୋନାଲ୍ଡ ଟ୍ରମ୍ପ କରିଛନ୍ତି ଆମେରିକା ଏଥିରେ ମଧ୍ୟସ୍ଥିର ଭୂମିକା ଗ୍ରହଣ କରୁଛି ।

ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସୀମାରେ ପଶି ଜୈଶ୍-ଏ-ମହମ୍ଦ ଆତଙ୍କୀ ଶିବିର ଧ୍ୱଂସ କରିଥିଲ । ଭାରତର ଏୟାର ଷ୍ଟ୍ରାଇକ୍ ଯୋଗୁଁ ପାକିସ୍ତାନର କାଲାକୋଟ ଅଂଳଚରେ ଅନେକ କ୍ଷୟକ୍ଷତି ପହଞ୍ଚିଛି । ଯାଦ୍ୱାହାରା ପାକ୍ ବାୟୁସେନା ବୁଧବାର ଦିନ ଭାରତୀ ବାୁୟସେନସୀମା ଉଲ୍ଲଂଡଖନ କରିଥିଲା । ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ସମୟରେ ଭିଏତନାମ ଓ ଉତ୍ତରକୋରିଆର ମୁଖିଆ କିମ୍ ଜୋଙ୍ଗଙ୍କ ସହ ଶିଖର ସମ୍ମିଳନୀରେ ଆଲୋଚନା କରୁଛନ୍ତି ।