ମୋଟେରା ଷ୍ଟାଡିୟମରେ ଟ୍ରମ୍ପଙ୍କ ବଲିଉଡ଼୍ ଚର୍ଚ୍ଚା : ମନେ ପକାଇଲେ ଅମିତାଭଙ୍କ ସୋଲେ ଓ ଶାହାରୁଖଙ୍କ ଡିଡିଏଲଜେ ସିନେମା

485

କନକ ବ୍ୟୁରୋ : ମୋଟେରା ଷ୍ଟାଡ଼ିୟମରେ ଭାରତୀୟ ସିନେମା ବିଷୟରେ ଚର୍ଚ୍ଚା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବଲିଉଡ଼ ସିନେମାର ଖୁବ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତୀୟ ସିନେମା ଶାହାରୁଖ୍ ଖାନ୍ ଓ କାଜୋଲଙ୍କ ସିନେମା ଦିଲବାଲେ ଦୁଲହନିଆ ଲେ ଜାଏସେଙ୍ଗ ବିଷୟରେ ଚର୍ଚ୍ଚା କରିଛନ୍ତି ।

ଭାରତୀୟ ସିନେମାର ଦୀର୍ଘ ବର୍ଷର ଇତିହାସ ବଖାଣିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଠାରେ ପ୍ରତିବର୍ଷ ଦୁଇ ହଜାରରୁ ଅଧିକ ସିନେମା ତିଆରି ହେବା ସହ ସିନେମାଘରେ ରିଲିଜ ହେଉଛି । ଭାରତୀୟ ସିନେମାର ସଙ୍ଗୀତ ସଂରଚନା ଓ ଭାଙ୍ଗଡ଼ା ଅନ୍ୟନ୍ତ ମନୋମୁଗ୍ଧକର ବୋଲି ସେ କହିଛନ୍ତି । କେବଳ ଡିଡିଏଲଜେ ନୁହେଁ ଉଚ୍ଚକୋଟୀର ସୋଲେ ସିନେମାର ମଧ୍ୟ ପ୍ରଶଂସା କରିଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଆୟୁଷ୍ମାନ ଖୁରାନାଙ୍କ ସିନେମା ଶୁଭ ମଙ୍ଗଲ ଜ୍ୟାଦା ସାବଧାନର ତାରିଫ କରିଥିଲେ । ଜଣେ ବ୍ରିଟିସ୍ ଆକ୍ଟିଭିଷ୍ଟ ପିଟର, ଆୟୁଷ୍ମାନ ଖୁରାନାଙ୍କ ସିନେମା ସହ ଜଡ଼ିତ ଏକ ଟ୍ୱିଟ୍ କରିଥିଲେ । ଭାରତରେ ସମିଲିଙ୍ଗୀ ସମ୍ପର୍କକୁ ବୈଧ କରିବା ପରେ ଏବେ ସିନେମା ସାହାରାରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସଚେତନ କରାଯାଉଛି । କେବଳ ବ୍ୟବସାୟିକ ଲାଭ ଦୃଷ୍ଟିରୁ ନୁହେଁ ସମାଜକୁ ଏକ ବାର୍ତ୍ତା ଦେଉଥିବା ଭାରତୀୟ ସିନେମାର ମହତ୍ୱକୁ ବୁଝି ପିଟରଙ୍କ ଟ୍ୱିଟରେ ରିଟ୍ୱିଟର କରିଥିଲେ ଟ୍ରମ୍ପ ।