ଭାରତ ମାଟିରୁ ପାକିସ୍ତାନକୁ ଚେତାବନୀ ଦେଲା ଆମେରିକା । ଟ୍ରମ୍ପ କହିଲେ ନିଜ ମାଟିରୁ ଆତଙ୍କବାଦ ହଟାଉ ପାକିସ୍ତାନ । ନହେଲେ ଆତଙ୍କବାଦକୁ ଏ ବିଶ୍ୱ କ୍ଷମା ଦେବନି…

1,739

କନକ ବ୍ୟୁରୋ: ଭାରତ ମାଟିରୁ ପାକିସ୍ତାନକୁ ଚେତାବନୀ ଦେଲେ ଟ୍ରମ୍ପ । ଆତଙ୍କବାଦ ନେଇ ପାକିସ୍ତାନରୁ ଅହମଦାବାଦରୁ କଡା ଚେତେବନୀ । ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦକୁ ହଟାଉ । ବିଶ୍ୱରେ ଆତଙ୍କବାଦର ସ୍ଥାନ ନାହିଁ, ମୁଁ ଆତଙ୍କବାଦକୁ କେବେ ବରଦାସ୍ତ କରିବିନାହିଁ ବୋଲି ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରୁ କଡା ଭାଷାରେ ପାକିସ୍ତାନକୁ ଇଙ୍ଗିତ କରି କହିଛନ୍ତି ଟ୍ରମ୍ପ ।

ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାଷଣରେ ପାକିସ୍ତାନକୁ କ୍ଷୁବ୍ଧ କରି ନାହାନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ବି ତାଙ୍କର ବନ୍ଧୁ ରାଷ୍ଟ୍ର । କିନ୍ତୁ ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦର ମୂଳୋତ୍ପାଟନ କରିବା ଉଚିତ । ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନେଉ ପାକିସ୍ତାନ । ପାକିସ୍ତାନକୁ ଆତଙ୍କବାଦ ଉପରେ ଲଗାମ ଲଗାଇବାକୁ ପଡ଼ିବ ବୋଲି ଡୋନାଲ୍ଡ ଟ୍ରମ୍ପ ଆହ୍ବାନ ଦେଇଛନ୍ତି।

ସେପଟେ ଗତ ସେପ୍ଟେମ୍ବର ମାସରେ ଯେତେବେଳେ ମୋଦି ଆମେରିକା ଗସ୍ତରେ ଥିଲେ ସେତେବେଳେ ବି ଆତଙ୍କବାଦକୁ ମୁଖ୍ୟ ପ୍ରସଙ୍ଗ କରାଯାଇଥିଲା । ନିଜ ଭାଷଣରେ ମୋଦି ପାକିସ୍ତାନକୁ ଆମେରିକାରୁ ଟାର୍ଗେଟ କରିଥିବା ବେଳେ ଟ୍ରମ୍ପ ମଧ୍ୟ ପାକିସ୍ତାନ ଉପରେ କଡା ଟିପ୍ପଣୀ ଦେଇଥିଲେ ।
ତେବେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଟ୍ରମ୍ପ ଅହମଦାବାଦ ପରେ ଆଗ୍ରା ତାଜମହଲ ଯାଉଛନ୍ତି । ପ୍ରେମର ପ୍ରତୀକ ଦେଖିବାକୁ ଟ୍ରମ୍ପ ଦମ୍ପତ୍ତି ଆଗ୍ରାରେ ପହଞ୍ଚିଛନ୍ତି ।