ପୂର୍ବ ଆମେରିକା ଗସ୍ତ ବେଳେ ସସ୍ତ୍ରୀକ ନଥିବାରୁ ମୋଦିଙ୍କ ପାଇଁ ଟ୍ରମ୍ପଙ୍କ ଲଘୁ ମନ୍ତବ୍ୟ: କହିଲେ ମୋଦିଙ୍କ ବିବାହ ପାଇଁ କରିପାରିବେ ମଧ୍ୟସ୍ଥିର କାମ

40

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ମଜାଳିଆ କଥା କହି ଚର୍ଚ୍ଚାକୁ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତ୍ନୀଙ୍କଠାରୁ ଅଲଗା ରହୁଥିବା ଖବର ପାଇବା ପରେ ଲଘୁ ମନ୍ତବ୍ୟ ଦେଇଥିଲେ ଆମେରିକା ରାଷ୍ଟ୍ରପତି । ମଜାଳିଆ ଅନ୍ଦାଜରେ ଟ୍ରମ୍ପ କହିଥିଲେ ସେ ମୋଦିଙ୍କ ପାଇଁ ଝିଅ ଖୋଜିବା ପାଇଁ ମଧ୍ୟସ୍ଥିତା କରିପାରିବେ ।

ଆମେରିକା ଗଣମାଧ୍ୟମ ପଲିଟିକୋର ଏକ ଲେଖାରେ ଏସଂପର୍କିତ ରିପୋର୍ଟ ପ୍ରକାଶ ପାଇଛି । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତ ଆଲୋଚନା ହ୍ୱାଇଟ ହାଉସରେ ହୋଇଥିଲା । ସେହିସମୟରେ ମୋଦି ଏକା ହ୍ୱାଇଟ ହାଉସକୁ ଆସୁଥିବା ଖବର ପାଇବା ପରେ ଏହି ମଜାଳିଆ ମନ୍ତବ୍ୟ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ ହାଉସ ପ୍ରବକ୍ତା ସାରା ହେକବି ସେଣ୍ଡର୍ସଙ୍କ ପଲିଟିକୋ ଦେଇଥିବା ସୂଚନା ଆଧାରରେ ପଲଟିକୋ ଏହି ରିପୋର୍ଟ ଛାପିଥିବା ଜଣାପଡିଛି ।

ଅନ୍ୟପଟେ ମୋଦିଙ୍କ ପତ୍ନୀ ଯଶୋଦନେନଙ୍କୁ ନେଇ ଭାରତୀୟଙ୍କ ପାଖରେ ମଧ୍ୟ ବିଶେଷ ସୂଚନା ନାହିଁ । ଖୁବ କମ ବୟସରେ ଶିକ୍ଷୟିତ୍ରୀ କାମ କରୁଥିବା ଯଶୋଦବେନଙ୍କୁ ବିବାହ କରିଥିଲେ ମୋଦି । ତେବେ ଶୀଘ୍ର ନିଜ ପତ୍ନୀଙ୍କୁ ଛାଡିସେ ସଂଘର ପ୍ରଚାରକ ଭାବେ କାମ ଆରମ୍ଭ କରିଥିଲେ । ଏହାପରେ ନିଜ ଶାଶୂ ଘର ଛାଡି ଯଶୋଦାବେନ ନିଜ ବାପ ଘରକୁ ଚାଲିଯାଇଥିଲେ । ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ଯଶୋଦବେନ ଚାକିରୀରୁ ଅବସର ନେବା ପରେ ଏବେ ମୋଦିଙ୍ଗ ଗୃହରାଜ୍ୟ ଗୁଜରାଟର ଏକ ଗାଁରେ ରହୁଛନ୍ତି ।