ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ

35

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ସେଂଟ୍ ପିଟର୍ସବର୍ଗ ସହର ଉପରେ ଆତଙ୍କବାଦୀ ଆକ୍ରମଣର ସତର୍କ ସୂଚନା ଦେଇଥିବାରୁ ଟ୍ରମ୍ପ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ପୁତିନ୍  । ଟ୍ରମ୍ପଙ୍କୁ ଫୋନ୍ ଯୋଗେ କଥା ହୋଇ ସେ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି ।

ଗତ ସପ୍ତାହରେ ରୁଷୀୟ ସହର ଉପରେ ଆତଙ୍କୀ ଆକ୍ରମଣର ନେଇ ସତର୍କ କରିଥିଲା ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ । ଏହାପରେ ସନ୍ଦିଗ୍ଧ ସାତ ଜଣ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ରୁଷ୍  । ଆମେରିକାର ସହଯୋଗ ଯୋଗୁ ଏକ ବଡ଼ଧରଣର ଆତଙ୍କବାଦୀ ଉଦ୍ୟମକୁ ପଣ୍ଡ କରାଯାଇଥିଲା । ସହଯୋଗ ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁତିନ୍  ।