ଭାରତର ପ୍ରଶଂସା, ଆତଙ୍କବାଦକୁ ନେଇ ପାକିସ୍ତାନକୁ ଚେତାବନୀ : ମୋଟେରା ଷ୍ଟାଡ଼ିୟମରେ ଦେଖିବାକୁ ମିଳିଲା ଟ୍ରମ୍ପ ଓ ମୋଦିଙ୍କ ପ୍ରଗାଢ଼ ବନ୍ଧୁତ୍ୱର ଝଲକ

257

କନକ ବ୍ୟୁରୋ : ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ପ୍ରଥମରେ ନମସ୍ତେ କହି ଅଭିଭାଷଣ ଆରମ୍ଭ କରଥିଲେ ଡୋନାଲ୍ଡ ଟ୍ରେମ୍ପ । ମୋଦିଙ୍କୁ ପ୍ରଶଂସା କରିବା ସହ ଟ୍ରମ୍ପ କହିଛନ୍ତଏ, ମୋଦି ହେଉଛନ୍ତି ପ୍ରକୃତ ବନ୍ଧୁ । ଆମେରିକାର ବିଶ୍ୱସନୀୟ ବନ୍ଧୁ ହୋଇ ରହିବ ଭାରତ । ଆମେରିକା ହୃଦୟରେ ଭାରତ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଭାରତ ସଫଳତାକୁ ନେଇ ସାରା ବିଶ୍ୱ ଗର୍ବିିିତ । ବିଶ୍ୱରେ ଭାରତର ଶକ୍ତି ବୃଦ୍ଧି ପାଇଛି ବୋଲି କହିଛନ୍ତି ଟ୍ରମ୍ପ । ସେହିପରି ଭାରତର ସଫଳ ନେତା ହୋଇପାରିଛନ୍ତି ମୋଦି । ମୋଦିଙ୍କ ପାଇଁ ଭାରତ ଭଲ ପ୍ରଦର୍ଶନ କରିଛି । ମୋଦିଙ୍କ ପାଇଁ ଭାରତରେ ଦାରିଦ୍ର୍ୟ କମିଛି । ଭାରତ ଖୁବ ଶୀଘ୍ର ଦାରିଦ୍ର୍ୟ ମୁକ୍ତ ହେବ । ଭାରତ ସମଗ୍ର ବିଶ୍ୱ ପାଇଁ ଉଦାହରଣ । ଭାରତର ଏକତା ବିଶ୍ୱ ପାଇଁ ପ୍ରେରଣା । ଅନ୍ତରୀକ୍ଷରେ ଭାରତକୁ ସଫଳତା ମିଳିଛି । ଅନ୍ତରୀକ୍ଷ କ୍ଷେତ୍ରରେ ଦୁଇ ଦେଶରେ ସଂପର୍କ ଆହୁରୀ ସୁଦୃଢ ହେବ ବୋଲି ଟ୍ରମ୍ପ ତାଙ୍କ ଅଭିଭାଷଣରେ କହିଛନ୍ତି।

ସେହିପରି ମୋଟରା ଷ୍ଟାଡିୟମରୁ ପାକିସ୍ତାନ ଉପରେ ହମଲା କରିଛନ୍ତି ଟ୍ରମ୍ପ । କହିଛନ୍ତି , ଆତଙ୍କବାଦ ବିରୋଧରେ ଲଢେଇ ଜାରି ରହିବ । ଦୁଇ ଦେଶ ଆତଙ୍କବାଦ ବିରୋଧରେ ମିଳିତ ଭାବେ କାମ କରିବେ । ଆତଙ୍କବାଦୀଙ୍କୁ କ୍ଷମା କରାଯିବ ନାହିଁ । ଦେଶ ପାଇଁ ବିପଦ ଆସିଲେ ମୁକାବିଲା କରାଯିବ । କଠୋର ଇସଲାମିକ ଆତଙ୍କବାଦୀଙ୍କୁ ନିପାତ କରାଯିବ । ଆମେରକା ଓ ଭାରତ ମିଶି ଇସଲାମିକ୍ ଆତଙ୍କବାଦକୁ ରୋକିବାର ପ୍ରଚେଷ୍ଟା କରିବେ । ଏବଂ ଆତଙ୍କବାଦ ବିରୋଧରେ ପାକିସ୍ତାନ ପଦକ୍ଷେପ ନେଉ ବୋଲି ଟ୍ରମ୍ପ କହିଛନ୍ତି । ପାକକୁ ଆତଙ୍କବାଦ ଉପରେ ଲଗାମ ଲଗାଇବାକୁ ପଡିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ସେ କହିଛନ୍ତି,  ସେ କହିଛନ୍ତି, ‘ଆମେ ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ ବାଗଦାଦୀକୁ ମାରିଛୁ । ଆତଙ୍କବାଦର ବିପଦରୁ ଆମର ନାଗରିକମାନଙ୍କୁ ରକ୍ଷା କରିବା ଲାଗି ଆମେ ଦୁହେଁ ମିଶି କାମ କରିବୁ ।’