ବିବାଦରେ ଟ୍ରମ୍ପଙ୍କ ବ୍ରିଟେନ୍ ଗସ୍ତ : ପ୍ରୋଟୋକଲ ଭାଙ୍ଗି ରେଡ୍ କାର୍ପେଟରେ ରାଣୀଙ୍କ ଆଗରେ ଚାଲିଲେ ଆମେରିକା ରାଷ୍ଟ୍ରପତି, ସବୁ ମହଲରେ ନାପସନ୍ଦ

52

କନକ ବ୍ୟୁରୋ : ବିବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଲଣ୍ଡନ ଗସ୍ତ । ଏହି ଗସ୍ତ ସମୟରେ ସେ ମହାରାଣୀ ଏଲିଜାବେଥଙ୍କୁ ସାକ୍ଷାତ ବେଳେ ରାଜକୀୟ ନିୟମ ଭାଙ୍ଗି ଥିବା ଚର୍ଚ୍ଚା ହେଉଛି । ଟ୍ରମ୍ପଙ୍କୁ ସାକ୍ଷାତ କରିବା ପାଇଁ ବହୁ ସମୟ ମହାରାଣୀଙ୍କୁ ଅପେକ୍ଷା କରିବାକୁ ପଡିଥିଲା । କେବଳ ସେତିକି ନୁହେଁ ରେଡ କାର୍ପେଟରେ ସେ ମହାରାଣୀଙ୍କ ଅଗାରେ ଚାଲି ଚାଲି ଯାଇଥିଲେ । ଯାହାକୁ ମହାରାଣୀଙ୍କ ପ୍ରତି ଅପମାନ ବୋଲି ଚର୍ଚ୍ଚା ହେଉଛି ।

ୱିଣ୍ଡସର କ୍ୟାସେଲର ଏକ ଭିଡିଓ ଇଂଟରନେଟରେ ଭାଇରାଲ ହୋଇଛି । ଯେଉଁଥିରେ ମହାରାଣୀ ଏଲିଜାବେଥଙ୍କ ସମ୍ମୁଖରେ ଚାଲି ଚାଲି ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମହାରାଣୀ ଏଲିଜାବେଥଙ୍କୁ ରେଡ କାର୍ପେଟରେ ଚାଲି ଚାଲି ୱିଣ୍ଡସର କ୍ୟାସେଲ ପର୍ଯ୍ୟନ୍ତ ଯିବାର ଥିଲା । ପ୍ରୋଟୋକଲ ଅନୁଯାୟୀ ମହାରାଣୀ ଆଗରେ ଯିବା ବେଳେ ଟ୍ରମ୍ପ ତାଙ୍କ ପଛରେ ଯିବାର ଥିଲା । କିନ୍ତୁ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ୯୨ବର୍ଷୀୟ ମହାରାଣୀ ଏଲିଜାବେଥଙ୍କ ଆଗରେ ୭୨ବର୍ଷୀୟ ଡୋନାଲ୍ଡ ଟ୍ରମ୍ପ ଚାଲି ଚାଲି ଯାଉଛନ୍ତି ।