ବ୍ୟସ୍ତ ହୁଅ ନାହିଁ, ରାହୁଲ ଯାହା କହୁଛନ୍ତି ତାଙ୍କ କଥାର କେବଳ ମଜା ନିଅ : ମୋଦି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଛନ୍ତି

103

କନକ ବ୍ୟୁରୋ : ଗତ କିଛି ଦିନ ହେବ ଲଗାତାର ଭାବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଏହାରି ମଧ୍ୟରେ ମୁହଁ ଖୋଲିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦି କହିଛନ୍ତି ଯେ, ବିଜେପି ସରକାର ଆସିବା ପରେ ସାରା ଦେଶରେ ବିକାଶ ହେବାରେ ଲାଗିଛି । ତେଣୁ କଂଗ୍ରେସ ତାହା ସହି ପାରୁନାହାନ୍ତି । କାରଣ ବିଜେପି ସରକାର ଆସିବା ପରେ ଲୋକମାନଙ୍କ ଜୀବନଶୈଳୀରେ ଅନେକ ପରିବର୍ତନ ହୋଇଛି । କେବଳ ଏତିକି ନୁହେଁ ଦେଶରେ ଗରୀବି ହଟାଇବାରେ ମଧ୍ୟ ଆମ ସରକାର ସହାୟ ହୋଇଛି । ତେଣୁ ଏହାକୁ କଂଗ୍ରେସ ଦେଖିପାରୁନାହିଁ । ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ଏପରି ଭାବରେ ମିଛ କହୁଛନ୍ତି ।

 

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ ରୁ ୪ ମାସ ସମୟ ବାକି ରହିଥିବା ସମୟରେ ବର୍ତମାନ ସମୟରେ ଏପରି ଭାବରେ ୨ ଜାତୀୟ ଦଳର ନେତା ପରସ୍ପରକୁ ଇଙ୍ଗିତ କରି ବାର୍ତା ଦେବା ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ନିଜର ନିର୍ବାଚନୀ ରାଲି ସମୟରେ ଶ୍ରୀଗାନ୍ଧି କହିଥିଲେ ଯେ, କଂଗ୍ରେସ ମଧ୍ୟ-ପ୍ରଦେଶରେ ସରକାରକୁ ଆସିଲେ ସେଠାରେ ଥିବା ସମସ୍ତ ଜିଲ୍ଲାରେ ଫ୍ୟାକ୍ଟ୍ରି ଖୋଲିବେ ବୋଲି । ଏହାକୁ ନେଇ ପୂର୍ବରୁ ବିଜେପି ନେତା କଂଗ୍ରେସକୁ କଟାକ୍ଷ କରିଥିବା ମଧ୍ୟ ଜଣାପଡିଥିଲା । ଏହାପରେ ମୋଦି ନିଜର କର୍ମକର୍ତାଙ୍କୁ ରାହୁଲଙ୍କ କଥାରେ ମଜା ଉଠାଇ ବୋଲି କହିଥିବା ସୂଚନା ମିଳିଛି ।

 

କଂଗ୍ରେସ ଅଧ୍ୟକ୍ଷଙ୍କ କଥାରେ ଜମାବି ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ପୂର୍ବ ସମୟରେ ଗ୍ରାମରେ ଉପଲବ୍ଧ ଥିବା ଫୋନ ଗୁଡିକରେ ପିନ ଯେଉଁ ସମୟରେ କଟିଯାଉଥିଲା ସେହି ସମୟରେ ଗୋଟିଏ କଥା ବାରମ୍ବାର ଶୁଣାଯାଉଥିଲା । ବର୍ତମାନ ସେହି ସମୟ ଭଳି ମନେ ହେଉଛି । କାରଣ ରାହୁଲ ଯେଉଁ ଆଡେ ଯାଉଛନ୍ତି ଗୋଟିଏ କଥାକୁ ବାରମ୍ବାର କହିବାର ଦେଖାଯାଉଛି । ତେଣୁ ତାଙ୍କ କଥାରେ ବ୍ୟସ୍ତ ଆଦୌ ହେବାର ଆବଶ୍ୟକତା ନାହିଁ । କେବଳ ସେହି କଥାରେ ମଜା ଉଠାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏବେ ଲୋକମାନେ ଜାଣିସାରିଛନ୍ତି ପ୍ରକୃତରେ ଦେଶରେ କଣ ହେଉଛି ତେଣୁ ରାହୁଲ ଆଉ ଲୋକମାନଙ୍କୁ ବୋକା ବନାଇବା ସମ୍ଭବ ନୁହେଁ ।

 

ଏହାସହ ମୋଦି କହିଛନ୍ତି ଯେ, ମୋବାଇଲ ଭାରତରେ ଅନେକ ଦିନ ହେଲାଣି ଆବିଷ୍କାର ହୋଇଛି । ସେହି ସମୟରୁ ଦେଶରେ ଅନେକ ମୋବାଇଲର ଆବିଷ୍କାର ହୋଇ ସାରନ୍ତାଣି । ତେଣୁ କେବଳ କଥାରେ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ସେ ଚାହାନ୍ତି । ମୋର ଦେଶବାସୀଙ୍କ ଉପରେ ବିଶ୍ୱାସ ରହିଛି ଯେ, ସେମାନେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି । ତେବେ ମୋଦିଙ୍କ ଏପରି ପ୍ରତିକ୍ରିୟା ପରେ କଂଗ୍ରେସର କୌଣଶି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।