ଗଣତନ୍ତ୍ର ଦିବସରେ ଯବାନଙ୍କୁ ଡୋମିନୋଜର ଭେଟି : ମାଇନସ୍ ୫୦ ଡିଗ୍ରୀ ସେଲସିୟସରେ ଥିବା ସୈନ୍ୟଙ୍କ ପାଖକୁ ପହଂଚାଇଲା ଗରମ ଗରମ ପିଜ୍ଜା

166

ସାଧାରଣତନ୍ତ୍ର ଦିବସରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ସିଆଚିନ୍ ଗ୍ଲେସିଅରରେ ଅବସ୍ଥାପିତ ସୈନିକମାନଙ୍କୁ ଗରମ ପିଜ୍ଜା ଦିଆଯାଇଛି । ଏ ସଂକ୍ରାନ୍ତରେ ଡୋମିନୋଜ୍ ଟୁଇଟ୍ କରିଛି, ସିଆଚିନ୍ ଠାରେ ନିଯୁକ୍ତ ସାହସୀ ସୈନିକ ଓ ଅଧିକାରୀମାନଙ୍କ ଦେଶ ପାଇଁ ଅକ୍ଳାନ୍ତ ସେବା ପ୍ରତି କୃତଜ୍ଞତାର ନମୂନା ସ୍ୱରୂପ ଡୋମିନୋଜ୍ ପିଜ୍ଜା ଦେଇ ଆମେ ସମ୍ମାନିତ ହୋଇଛୁ।

ମାଇକ୍ରୋ-ବ୍ଲଗିଙ୍ଗରେ ସେୟାର୍ ହୋଇଥିବା ଫଟୋରେ ଦେଖାଯାଉଛି ସୈନିକମାନେ ପିଜ୍ଜା ଧାଡ଼ି ବାନ୍ଧିଛନ୍ତି ଓ ଅନ୍ୟମାନେ ଖାଉଛନ୍ତି । ପୂର୍ବରୁ ଡୋମିନୋଜ୍ ଟୁଇଟ୍ କରିଥିଲା କି, ୨୦, ୦୦୦ ଫୁଟ୍ ଉଚ୍ଚରେ ଖୁସି ଓ ଗରମ ପିଜ୍ଜା ପରଷିବାକୁ ତାଙ୍କର ଏକ ଟିମ୍ ଯାଉଛି। ଏଥିପାଇଁ ଡୋମିନୋଜକୁ ଟୁଇଟର୍ ୟୁଜର୍ସମାନେ ଢେର୍ ପ୍ରଶଂସା କରିଛନ୍ତି। ଜଣେ ଟ୍ୱିଟର ୟୁଜର୍ସଙ୍କୁ ଡୋମିନୋଜ୍ ଉତ୍ତର ଦେଇଛି, ହୃଦୟ ଦେଇ ଆମର ସେବା କରୁଥିବା ସୈନିକମାନଙ୍କ ସେବା କରି ଆମେ ଆନନ୍ଦିତ।