ଯୌତୁକ ଲୋଭରେ ସଂଜୀଦା ! ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ଭାଉଜ

44

ଯୌତୁକ ଲୋଭରେ ଟେଲି ଦୁନିଆ । କେବଳ ସାଧାରଣ ଲୋକ ନହେଁ ସେଲିବ୍ରିଟି ମଧ୍ୟ ଟଙ୍କା ଲୋଭରେ । ଅଧିକ ଯୌତୁକ ଦାବିରେ ନିଜ ଭାଉଜକୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ଛୋଟ ପରଦାର ନାୟିକା ସଂଜୀଦା ଶେଖଙ୍କ ବିରୋଧରେ । ସଂଜୀଦାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ ଭାଉଜ ଜାକେରବାନୁ ଜାକିର୍ ହୁସେନ୍ ବାଗବାଁ ।

କେବଳ ସଂଜୀଦା ନୁହେଁ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଜକେରାବନୁ । ଜାକେରବାନୁ ତାଙ୍କ ନଣନ୍ଦ ସଂଜୀଦା ଶେଖ୍ , ସ୍ୱାମୀ ଅନସ୍ ଅବଦୁଲ୍ ରହୀମ୍ ଶେଖ୍ ଏବଂ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ବିରୋଧରେ ସିଆରପିସିର ଧାରା ୧୨୫ ଅନୁଯାୟୀ ମାମଲା ରୁଜୁ କରିଛନ୍ତି ।

ଜାକେରବାନୁଙ୍କ ଅଭିଯୋଗ ଅନୁଯାୟୀ, ସଂଜୀଦାଙ୍କ ପରିବାର ସଦସ୍ୟ ସବୁବେଳେ ତାଙ୍କୁ ଯୌତୁକ ଦାବି କରୁଥିଲେ । ଏପରିକି ଅନେକ ସମୟରେ ତାଙ୍କୁ ମାରପିଟ୍ ମଧ୍ୟ କରୁଥିଲେ । ଏହା ବାଦ୍ ସ୍ୱାମୀ ଅନସ୍ ଅବଦୁଲ୍ ଜଣେ ମଦ ଏବଂ ଡ୍ରଗ୍ସ ଆଡିକଟେଡ୍ ରହିବା ସହ ମ୍ୟାଚ୍ ଫିକ୍ସିଂରେ ମଧ୍ୟ ଅଭିଯୁକ୍ତ ରହିସାରିଛନ୍ତି । ମେ’ ୨୭ ତାରିଖରେ ଜାକେରବାନୁ ନିଜ ବାପାଙ୍କ ସହ କଥା ହେବା ସମୟରେ ସଂଜୀଦା , ଅନସ୍ ଅବଦୁଲ୍ ଏବଂ ତାଙ୍କ ଶାଶୁ ତାଙ୍କ ଉପରେ ଚିଲ୍ଲାଇବାକୁ ଲାଗିଥିଲେ । ଏବଂ ତାଙ୍କୁ ମୁମ୍ବାଇରେ ରହିବାକୁ ମନା କରିଥିଲେ । ଏପରିକି ସମସ୍ତଙ୍କ ସାମ୍ନାରେ ସ୍ୱାମୀ ଅନସ୍ ତାଙ୍କ ଉପରେ ହାତ ଉଠାଇଥିଲେ । ଘଟଣା ପରେ ସେ ଅହମ୍ମଦାବାଦ୍ ହସ୍ପିଟାଲରେ ଭତ୍ତି ହୋଇଥିଲେ ।

ଅନ୍ୟଏକ ରିପୋର୍ଟ ଅନୁଯାୟୀ, ସଂଜୀଦା ଏବଂ ତାଙ୍କ ପରିବାର ପକ୍ଷରୁ ଜାକିରବାନୁଙ୍କ ଅଭିଯୋଗକୁ ଖଣ୍ଡନ କରି ପିଟିସନ୍ ଦେଇଛନ୍ତି । ଯେଉଁଥିରେ କୁହାଯାଇଛି ଜାକିରବାନୁ ସେମାନଙ୍କୁ ଅନେକ ସମୟରେ ଖରାପ ବ୍ୟବହାର କରନ୍ତି ।

ତେବେ କୌଣସି ସେଲିବ୍ରିଟିଙ୍କ ବିରୋଧରେ ଏପରି ଅଭିଯୋଗ ଆସିବାରେ ସଜୀଦା ପ୍ରଥମ ନୁହଁନ୍ତି । ଏହା ପୂର୍ବରୁ ନୱାଜୁଦ୍ଦିନଙ୍କ ବିରୋଧରେ ମଧ୍ୟ ଯୌତୁକ ଜନିତ ନିର୍ଯାତନା ଆଣିଥିଲେ ତାଙ୍କ ସାନ ଭାଇଙ୍କ ସ୍ତ୍ରୀ । ନୱାଜୁଦ୍ଦିନଙ୍କ ସାନ ଭାଇ ମିନାଜୁଦ୍ଦିନଙ୍କ ପତ୍ନୀ ଆଫରିନ୍ ପୁଲିସରେ କହିଥିଲେ ନୱାଜୁଦ୍ଦିନ୍ ଓ ତାଙ୍କ ପରିବାର ଲୋକେ ତାଙ୍କୁ ମିଶି ଦେଉଛନ୍ତି ମାନସିକ ଓ ଶାରୀରିକ ନିର୍ଯାତନା ।

ପୁଲିସ ସୂତ୍ରାନୁସାରେ ମୁଜାଫରନଗର ବୁଢନାରେ ରହୁଥିବା ଫିଲ୍ମ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକଙ୍କ ଛୋଟ ଭାଇ ମେରାଜୁଦ୍ଦିନ ସିଦ୍ଦିକଙ୍କ ବିବାହ ଦିଲ୍ଲୀର ଜାଫରାବାଦରେ ହୋଇଥିଲା । ^ୱାଜୁଦ୍ଦିନ ଛୋଟ ଭାଇଙ୍କ ପତ୍ନୀଙ୍କୁ ଯୈାତୁକ ନିର୍ଯାତନା ଓ ମାରପିଟ୍ କରିବାର ପୁଲିସରେ ଅଭିଯୋଗ କରିଛନ୍ତି ନିଜେ ସାନ ଭାଇଙ୍କ ପତ୍ନୀ  ଆଫରିନ୍ ।

ପୀଡିତାଙ୍କ ଆରୋପ ଥିଲା ଯେ ବିବାହ ପରେ ଶ୍ୱଶୁର ଘରଲୋକେ ନେଇଥିବା ଯୈାତୁକରେ ସନ୍ତୁଷ୍ଟ ନଥିଲେ । ଅତିରିକ୍ତ ଯୈାତୁକ ପାଇଁ ତାଙ୍କୁ ନାନା ନିର୍ଯାତନା ଦେଉଥିଲେ । ଏପରିକି ଏସପିଙ୍କ ଅଫିସରେ ଆଫରୀନ କହିଥିଲେ ଯେ ତାଙ୍କ ଗର୍ଭରେ ବଢୁଥିବା ପିଲାକୁ ମାରିବା ପାଇଁ ନୱାଜୁଦ୍ଦିନ୍ ପେଟକୁ ପ୍ରହାର କରିଥିଲେ ।