ଆଜିଠୁ ଚିଲିକାରେ ଡଲଫିନ ଗଣନା । ୧୮ଟି ଦଳରେ ଗଣନା କରିବେ ୫୦ ଜଣ ବିଶେଷଜ୍ଞ । ସକାଳ ୬ରୁ ଦିନ ୧୨ଟା ଯାଏଁ ଚାଲିବ ଗଣନା
ଗତ ଦୁଇ ବର୍ଷ ହୋଇ ପାରି ନଥିଲା ଗଣନା
କନକ ବ୍ୟୁରୋ: ଆଜି ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଦୀର୍ଘ ଦୁଇ ବର୍ଷ ପରେ ଆଜି ପୁଣି ଥରେ ବନ ବିଭାଗ ଏହି ଗଣନା ଆରମ୍ଭ କରିଛି । ଏହା ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟାରେ ଶେଷ ହେବ ବୋଲି ଜଣାପଡିଛି । ୧୮ଟି ଦଳରେ ୫୦ ଜଣ ବିଶେଷଜ୍ଞ ଏହି ଗଣନା କାମ ସଂପାଦନ କରିବେ । ସେପଟେ ଆଜି ଭିତରକନିକାରେ ମଧ୍ୟ ଡଲଫିନ ଗଣନା କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୫ଟି ରେଂଜରେ ଏହି ଗଣନା କାମ ଆରମ୍ଭ ହୋଇଛି । ରାଜନଗର, ମହାକାଳପଡା, ଗହିରମଥା, କନିକା ଓ କୁଜଙ୍ଗରେ ବନ ବିଭାଗର ୯ଟି ଟିମ୍ ଗଣନା କରୁଛନ୍ତି । ପ୍ରତି ଟିମରେ ୫ ଜଣ ବିଶେଷଜ୍ଞ ରହିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ଏହି ଗଣନାର ଫଳାଫଳ ମିଳିବ ବୋଲି କୁହାଯାଉଛି । ମୁଖ୍ୟ କଥା ହେଉଛି ବିରଳ ଇରୱାଡି ଡଲଫିନ୍ ଓଡିଶା ଉପକୂଳରେ ଦେଖାଯାଏ । ତେଣୁ ଏହି ଗଣନା ବେଶ୍ ଗୁରୁତ୍ୱପୂର୍ଣ୍ଣ ।