ରାଜ୍ୟରେ ଆରମ୍ଭ ହେଲା ଡଲଫିନ୍ ଗଣନା : ଚିଲିକା ଓ ଅସ୍ତରଙ୍ଗରେ ୧୮ଟି ଟିମ୍ ନିୟୋଜିତ

109

କନକ ବ୍ୟୁରୋ : ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଚିଲିକା ଓ ଅସ୍ତରଙ୍ଗରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ୧୮ଟି ଟିମ୍ ଚିଲିକାରେ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ପ୍ରତି ଟିମରେ ୫ ଜଣ ଲେଖାଏଁ ମୋଟ ୯୦ ଜଣ ସଦସ୍ୟ ଚିଲିକା ହ୍ରଦରେ ଡଲଫିନ୍ ଗଣନା ଜାରି ରଖିଛନ୍ତି । ସେହିପରି ଅସ୍ତରଙ୍ଗରେ ମଧ୍ୟ ଆଜି ଡଲଫିନ୍ ଗଣନା ଆରମ୍ଭ ହୋଇଛି ।

ଅତିରିକ୍ତ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନେତୃତ୍ୱରେ ଡଲଫିନ୍ ଗଣନା କାମ ଜାରି ରହିଛି । ଏଥି ପାଇଁ ୫ଟି ଟିମ୍ ଗଠନ କରାଯାଇଛି । ଯେଉଁଥିରେ ବନବିଭାଗ ସିଡିଏ ଓ ବିଶେଷଜ୍ଞ ସାମିଲ ହୋଇ ଡଲଫିନ୍ ଗଣନା ଜାରି ରଖିଛନ୍ତି । ଆଜି ଗୋଟିଏ ଦିନରେ ଡଲଫିନ୍ ଗଣନା ଶେଷ ହେବ ବୋଲି ସୂଚନା ମିଳିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :