ଡଲଫିନ ଗଣନା ଆରମ୍ଭ ! ଅସ୍ତରଙ୍ଗ ସମୁଦ୍ର ଉପକୂଳରେ ୧୦ଟି ଟିମ୍ କରୁଛନ୍ତି ଗଣନା 

ଭିତରକନିକାରେ ଧାମରା ମୁହାଣଠାରୁ ଦେବୀ ନଦୀ ମୁହାଣ ଯାଏ ବି ଚାଲିଛି ଗଣନା

75

କନକ ବ୍ୟୁରୋ : ଅସ୍ତରଙ୍ଗ ସମୁଦ୍ର ଉପକୂଳରେ ଡଲଫିନ ଗଣନା ଆରମ୍ଭ । ପୁରୀ ଡିଏଫଓଙ୍କ ନେତୃତ୍ୱରେ ୧୦ଟି ଟିମ୍ ଗଣନାରେ ସାମିଲ । ୫ଜଣ ବିଶେଷଜ୍ଞ, ୨ଜଣ ଏସସିଏଫ୍, ୩୫ ବନ କର୍ମଚାରୀ ସାମିଲ ହୋଇଛନ୍ତି । ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା । ୫ଟି ସମୁଦ୍ରରେ ୨ଟି ଟିମ୍ ଦେବୀ ନଦୀରେ ଓ ଅନ୍ୟ ୩ଟି ଟିମ୍ ବ୍ରହ୍ମଗିରି ନଦୀନାଳରେ ଡଲଫିନ୍ ଗଣନା କରୁଛନ୍ତି ।

ଭିତରକନିକାରେ ମଧ୍ୟ ଚାଲିଛି ଡଲଫିନ ଗଣନା । ୯ଟି ଟିମ୍ କରୁଛନ୍ତି ଡଲଫିନ ଗଣନା । ରାଜନଗର ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ଚାଲିଛି ଗଣନା । ଧାମରା ମୁହାଣଠାରୁ ଦେବୀ ମୁହାଁଣ ଯାଏ ଗଣନା କାର୍ଯ୍ୟ ଜାରି ରହିଛି । ଡଲଫିନ ଦେଖିବାକୁ ଏହିସବୁ ଅଂଚଳକୁ ଆସିଥାନ୍ତି ବହୁସଂଖ୍ୟାରେ ପର୍ଯ୍ୟଟକ । ସମୁଦ୍ର ଭିତରେ ଡଲଫିନର ଖେଳ ପର୍ଯ୍ୟଟକମାନଙ୍କୁ ବେଶ୍ ଆକୃଷ୍ଠ କରିଥାଏ । ତେଣୁ ଡଲଫିନଙ୍କ ସଂଖ୍ୟା ଜାଣିବା ଉଭୟ ବନବିଭାଗ ଓ ପର୍ଯ୍ୟଟନ ଶିଳ୍ପ ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ବହନ କରୁଛି ।