ସେନାକୁ ସତର୍କ କରାଇଲେ ସେନା ମୁଖ୍ୟ ବିପିନ ରାୱତ୍ ! ଭବିଷ୍ୟତରେ ପୁଣି ଡୋକଲାମ ଭଳି ସ୍ଥିତି ସୃଷ୍ଟି କରିପାରେ ଚୀନ

45

କନକ ବ୍ୟୁରୋ : ଡୋକଲାମ ଭଳି ସ୍ଥିତି ପୁଣି ସୃଷ୍ଟି କରିପାରେ ଚୀନ୍ । ସେନାକୁ ଏଭଳି ସତର୍କବାଣୀ ଶୁଣାଇଛନ୍ତି ସେନାମୁଖ୍ୟ ବିପିନ ରାୱତ । ଭବିଷ୍ୟତରେ ପୁଣି ସୀମାରେ ସ୍ଥିତାବସ୍ଥା ବଦଳାଇବାକୁ ଉଦ୍ୟମ କରିପାରେ ଚୀନ୍ । ତେଣୁ ଚୀନ୍ ସେନା ପିପୁଲ୍ସ ଲିବରେସନ୍ ଆର୍ମିକୁ ହାଲୁକା ଭାବେ ନନେବାକୁ ସତର୍କ କରାଇ ଦେଇଛନ୍ତି ସେନା ମୁଖ୍ୟ । ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସି ନିର୍ଦ୍ଧାରଣକୁ ନେଇ ଭିନ୍ନ ଭିନ୍ନ ଧାରଣାରୁ ଏପରି ସ୍ଥିତି ଉପୁଜୁଛି ।

ଏହି ବିବାଦର ସମାଧାନ କୂଟନୈତିକ ଓ ରାଜନୈତିକ ସ୍ତରରେ ହେବା ଉଚିତ । କିନ୍ତୁ ତିବତରେ ଚୀନ୍ ସେନା ଠୁଳ କରିବା ସହ ଯୁଦ୍ଧ ଅଭିଯାନ କ୍ଷମତା ବୃଦ୍ଧି କରିବାରେ ଲାଗିଛି । ଏହା ସହ ପାକିସ୍ତାନ, ମାଳଦିପ, ଶ୍ରୀଲଙ୍କା ଓ ମିଆଁମାର ପରି ପଡୋଶୀ ଦେଶ ଗୁଡିକ ସହ ଆର୍ଥିକ ଓ ପ୍ରତିରକ୍ଷା ସହଭାଗିତା ବଢାଉଛି ଚୀନ୍ ।

ତେଣୁ ଡୋକଲାମ ପରି ସ୍ଥିତି ଅନ୍ୟ କୌଣସି ସେକ୍ଟରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ସବୁବେଳେ ସେନା ପ୍ରସ୍ତୁତ ରହିବା ସହ ଚୀନ୍ ସେନାକୁ ଆଦୌ ହାଲକା ଭାବେ ନ ନେବାକୁ ପରାମର୍ଶ ଦେଇଛନ୍ତି ସେନାମୁଖ୍ୟ ବିପିନ ରାୱତ ।