ଆସାମ ଓ ତ୍ରିପୁରାରେ କମୁଛି କୁକୁର ସଂଖ୍ୟା : ସେପଟେ ପଡୋଶୀ ରାଜ୍ୟରେ ୫ହଜାର ଟଙ୍କାରେ ବିକ୍ରି ହେଉଛି ଗୋଟିଏ କୁକୁର 

265

ଆଜିକାଲି ଆସାମ ଓ ତ୍ରିପୁରାର ରାସ୍ତାରୁ କୁକୁରଙ୍କ ସଂଖ୍ୟା ବହୁତ କମିଯାଇଛି । ଏହି କମ୍ ହେବାର କାରଣ ପଛରେ ନଗର ନିଗମ ନୁହଁ ବରଂ ବେଆଇନ ଚାଲାଣ କରୁଥିବା ଲୋକଙ୍କ ହାତ ଅଛି । ତ୍ରିପୁରାରୁ କୁକୁରଙ୍କ ଚୋରା ଚାଲାଣ ମିଜୋରାମ ରାଜ୍ୟରୁ ହେଉଛି । ଗତ ଦିନ ତ୍ରିପୁରାର ମିଜୋରାମକୁ ଲାଗିଥିବା ଧର୍ମନଗର, ପାନିସାଗର ଓ କଂଚନପୁରରୁ ପୁଲିସ କୁକୁରଙ୍କ ୨ଚାଲାଣକାରୀଙ୍କୁ ଧରିଛି । ଏମାନେ ଡଜନ ଡଜନ କୁକୁରଙ୍କୁ ବସ୍ତାରେ ଭର୍ତ୍ତି କରି ନେଇଯାଉଥିଲେ । କୁକୁରମାନେ ଯେମିତି ଭୁକି ନପାରନ୍ତି, ସେଥିପାଇଁ ମୁହଁରେ କପଡା ଘୋଡେଇ ଥିଲେ ।

ମିଜୋରାମରେ ଏକ ସୁସ୍ଥ କୁକୁରର ମୂଲ୍ୟ ୫ହଜାର ଟଙ୍କା । ବିଶେଷ କଥା ଏହା ଯେ, ମିଜୋରାମରେ ରାଜ୍ୟ ବାହାରୁ  କୁକୁର ଆଣିବା ଉପରେ ପ୍ରତିବନ୍ଧକ ଅଛି । ମିଜୋରାମର ରାସ୍ତାରେ କୁକୁର ସଂଖ୍ୟା କମୁଥିବାରୁ ପଡୋଶୀ ରାଜ୍ୟ ତ୍ରିପୁରାରୁ ଚୋରା ଚାଲାଣ କରିବା ସାଧାରଣ କଥା ହୋଇଗଲାଣି । ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ କୁକୁର ମାଂସ ପ୍ରତି କିଲୋ ପିଛା ୧୫୦ ଟଙ୍କା କୁହାଯାଉଛି । ଆସାମ ଓ ତ୍ରିପୁରାରୁ ଚାଲାଣ ହେଉଥିବା କୁକୁର ମାଂସ ପ୍ରତି କିଲୋ ପିଛା ୫୦୦/୬୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ ।

ପଶୁଚିକିତ୍ସକଙ୍କ କହିବାନୁସାରେ, ନର୍ଥ ଇଷ୍ଟ ର ଏହି ୪ ପ୍ରଦେଶର ଜନଜାତିର ଲୋକଙ୍କ ଭଲ ସ୍ୱାସ୍ଥ୍ୟକୁ ନେଇ ଥିବା ସାଧାରଣ ଧାରଣା ଓ ପରମ୍ପରା କାରଣରୁ କୁକୁରଙ୍କ ମାଂସ ଖିଆଯାଏ । ମଣିପୁରରେ ଏହା ଧାରଣା ଅଛି ଯେ, କୁକୁର ମାଂସ ଖାଇଲେ ଶରୀରର ଯନ୍ତ୍ରଣା ଠିକ୍ ହୋଇଥାଏ । ସ୍ୱର ଦୃଢ଼ ହୋଇଥାଏ । ଶରୀରକୁ ଗରମ କରିଥାଏ ।