ଟ୍ରାଫିକ୍ ନିୟମକୁ ଡରିଲା କୁକୁର ! ମୁଣ୍ଡରେ ହେଲମେଟ୍ ପିନ୍ଧି ବାହାରିଲା ବଜାର,ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫଟୋ ।

233

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ନିୟମ କଡାକଡି ହେବା ସହ ସୋସିଆଲ୍ ମିଡିଆରେ ମଧ୍ୟ ଏହାକୁ ନେଇ ଅନେକ ମିମ୍ସ ଏବଂ ଜୋକ୍ ଭାଇରାଲ୍ ହୋଇସାରିଛି । ଏଥିମଧ୍ୟରେ ଗୋଟିଏ ପୁରୁଣା ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି । ଏହି ଫଟୋରେ ଜଣେ ବାଇକ୍ ଚାଳକଙ୍କ ପଛରେ ଗୋଟିଏ କୁକୁର ବସିଥିବା ନଜର ଆସୁଛି । ମଜାର କଥା ହେଉଛି କୁକୁରଟି ମଧ୍ୟ ଟ୍ରାଫିକ୍ ନିୟମକୁ ପାଳନ କରୁଛି । ମାଲିକ ବାଇକ୍ ପଛରେ ବସି ମୁଣ୍ଡରେ ହେଲମେଟ୍ ଲଗାଇ କୁକୁରଟି ବାହାରିଛି ବଜାର ବୁଲି ।

 

ଏହି ଭାଇରାଲ୍ ଫଟୋରେ ଦେଖାଯାଉଛି ଯେ ଦିଲ୍ଲୀର ଗହଳିପୂର୍ଣ୍ଣ ସଡକରେ ଗୋଟିଏ କୁକୁର ନିଜ ମାଲିକର ବାଇକ୍ ପଛରେ ବସି ହେଲମେଟ୍ ପିନ୍ଧି ଦିଲ୍ଲୀ ଦର୍ଶନରେ ବାହାରିଛି । ଆପଣଙ୍କୁ କହିରଖୁଛୁ ଏହା କୌଣସି ନୂଆ ଫଟୋ ନୁହଁ କି ଟ୍ରାଫିକ୍ ନିୟମ ଲାଗୁ ହେବାପରର ଫଟୋ ବି ନୁହଁ । ଫଟୋଟି ୪ ବର୍ଷ ପୁରୁଣା ଯାହାକୁ ୨୦୧୫ ରେ ସେୟାର୍ କରାଯାଇଥିଲା । କିନ୍ତୁ ଟ୍ରାଫିକ୍ ନିୟମକୁ ଯେଭଳି ସମସ୍ତେ ଫଲୋ କରିବେ ତେଣୁ ଲୋକଙ୍କୁ ଉଦାହରଣ ସ୍ୱରୁପ ଏହି ଫଟୋଟିକୁ ଖୁବ୍ ସେୟାର୍ କରାଯାଉଛି ।