ପଶୁ କିଏ ! ବିକୃତ ମାନସିକତାର ବିରଳ ଚିତ୍ର

31

କନକ ବ୍ୟୁରୋ : ବିକୃତ ମାନସିକତାର ବିରଳ ଚିତ୍ର । ଯାହା ଦେଖିବାକୁ ମିଳିଛି ଚେନ୍ନାଇରେ । କୁକୁରକୁ ଛାତ ଉପରକୁ ଟେକି ନେବା ପରେ ଅଳିଆ ଫିଙ୍ଗିଲା ଭଳି ଫିଙ୍ଗି ଦେଇଛନ୍ତି ଜଣେ ଯୁବକ । ଜଣେ ଉଚ୍ଚ ଶିକ୍ଷିତ ଯୁବକ ଯିଏ ମାତ୍ର ଗୋଟିଏ ମାସ ପୂର୍ବରୁ ଡାକ୍ତରୀ ପାଠ୍ୟକ୍ରମ ସାରିଛନ୍ତି । ଏହି ଯୁବ ଡାକ୍ତର ଜଣକ ହେଉଛନ୍ତି ଗୌତମ ସୁଦର୍ଶନ । ଏବେ କୁକୁରକୁ ସ୍ଥାନୀୟ ପଶୁ ଚିକିତ୍ସାଳୟରେ ଭର୍ତି କରାଯାଇଛି । କୁକୁରର ଗୋଡ଼ରେ ଗୁରୁତର ଆହତ ଲାଗିଥିବା ସୂଚନା ମିଳିଛି । ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇଲାଲ ହେବା ପରେ ଶ୍ରବଣ କ୍ରିଷ୍ଣନ୍ ନାମକ ଜଣେ ସମାଜସେବୀ ଥାନାରେ ମାମଲା ରୁଜୁ କରିଛନ୍ତି । ଏବେ ଚେନ୍ନାଇ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଛି । ତେବେ ଏହି ନୃସଂଶାତା ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟଙ୍କୁ ଲେଖିଛନ୍ତି ସମାଜସେବୀ । ସେହିପରି ଏମ୍ସିଆଇ ଏହି ଡାକ୍ତରଙ୍କ ମେଡ଼ିକାଲ ଲାଇସେନ୍ସକୁ ରଦ୍ଧ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ତେବେ ରୋଗୀଙ୍କ ଚିକିତ୍ସା ପାଇଁ ଶପଥ ନେଇଥିବା ଏହି ଡାକ୍ତର କେମିତି ଲୋକଙ୍କ ଚିକିତ୍ସା କରିବେ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ।