ନାଗ ସହ ୧୫ ମିନିଟର ଲଢ଼େଇ କଲା ଶେରା : ମାଲିକଙ୍କୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ନାଗକୁ ମାରିଲା ପୋଷା କୁକୁର,ସିସିଟିଭିରେ କଏଦ ହେଲା ଦୃଶ୍ୟ

852

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଆସିଛି ଲୋମଟାଙ୍କୁରା ଚିତ୍ର । ନାଗ ସହ ୧୫ ମିନିଟ୍ ଧରି ଲଢେଇ କଲା କୁକୁର । ମାଲିକଙ୍କୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇଦେଲା । ଶେଷରେ ନାଗ କୁକୁର ଲଢେଇରେ ନାଗକୁ ମାରିଲା କୁକୁର । ଶେରା ନାମକ ଏହି କୁକୁରଙ୍କ ଏପରି ସାହସିକତା ଏବେ ଜଟଣୀ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି । ନାଗ କୁକୁର ଲଢେଇର ପୁରା ଚିତ୍ର କଏଦ ହୋଇଛି ସିସିଟିଭିରେ । ଗୁରୁବାର ଦିନ ପ୍ରାୟ ୧୧ ଟା ବେଳର ଘଟଣା । ଗୋଟିଏ ୪ ଫୁଟ ଲମ୍ବର ନାଗସାପ ଜଟଣୀର ବ୍ୟବସାୟୀ ମନୋଜ ସ୍ୱାଇଁଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିଲା । ଏତିକି ବେଳେ ସାପର ବାଟ ଓଗାଳିଥିଲା ଶେରା । ଏହା ପରେ ଆରମ୍ଭ ହୋଇଥିଲା ଲଢେଇ । ବାରମ୍ୱାର ସାପକୁ ଆକ୍ରମଣ କରିଥିଲା ଶେରା ।

ପ୍ରାୟ ୧୫ ମିନିଟର ଲଢେଇ ପରେ ନାଗ ସାପର ଜୀବନ ଚାଲିଯାଇଥିଲା । ନିସ୍ତେଜ ହୋଇ ପଡିଯାଇଥିଲା ନାଗ । ଏହି ଘଟଣା ସିସିଟିଭିରେ କଏଦ ହୋଇଛି । ସବୁଠାରୁ ବଡ କଥା ହେଉଛି କୁକୁରର ବାହାଦୂରୀକୁ ସଲାମ କରିବାକୁ ହେବ । ବିଷଧର ନାଗକୁ ଆକ୍ରମଣ କରିଥିଲେ ମଧ୍ୟ ନାଗ ଯେତେବେଳେ ତାକୁ ପ୍ରତି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ପ୍ରାୟ ଏଥିରୁ ସାପର ନଜର ହଟାଇ ସେ ବର୍ତି ଯାଉଥିଲା । କୁକୁରର ଏପରି ସାହସିକତା ପାଇଁ ଆଜି ମାଲିକ ପରିବାରର ଜୀବନ ରକ୍ଷା ପାଇ ଯାଇଛି । କୁକୁର ପାଇଁ ଦୂର ହୋଇଯାଇଚି ଅଘଟଣ । ମାସକ ଭିତରେ ଜଟଣୀ ଅଂଚଳରେ ଏ ହେଉଛି ଦ୍ୱୀତୀୟ ଘଟଣା ।