ରାତି ୩ଟାରେ ହଠାତ୍ ଭୁକିଲା କୁକୁର ! କିଛି ସମୟ ପରେ ଭୁଷୁଡି ପଡିଲା ପୁରା ଘର, କୁକୁର ପାଇଁ ବଞ୍ଚିଗଲା ପୁରା ପରିବାର ।

45

ପ୍ରବଳ ବର୍ଷା ଏବଂ ବନ୍ୟା କାରଣରୁ କେରଳରେ ଜନଜୀବନ ଦୁର୍ଭିଷହ ହୋଇପଡିଛି । ଏପରିକି ଅନେକ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ଅନେକ ଲୋକଙ୍କର ଜୀବନ ମଧ୍ୟ ଗଲାଣି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୦ରୁ ଅଧିକ ଲୋକ ଏହି ବନ୍ୟାରେ ପ୍ରାଣ ହରାଇସାରିଲେଣି । ଏବଂ ୩୫ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଏଠାରେ ଏକ ପରିବାରକୁ ଗୋଟିଏ କୁକୁର ବଞ୍ଚାଇଦେଇଥିବା ଘଟଣା ଏବେ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଡୁକି ଜିଲ୍ଲାରେ ବାସ କରୁଥିବା ମୋହନନ ପି ଙ୍କର ପରିବାର ଗୁରୁବାର ରାତିରେ ଶୋଇଥିଲେ । ସମୟ ରାତି ପାଖାପାଖି ୩ଟା ! ହଠାତ କୁକୁର ରକି ଜୋରରେ ଭୋକିବାକୁ ଲାଗିଲା । ମୋହନନଙ୍କୁ ଲାଗିଲା ଏହା ଏକ ସାମାନ୍ୟ କଥା ଅଟେ । ଅନ୍ୟ ଦିନ ଗୁଡିକରେ ମଧ୍ୟ କୁକୁର ଏମିତି ଭୋକିଥାଏ । କିନ୍ତୁ କିଛି ସମୟ ପରେ କୁକୁରଟି ଆହୁରି ଜୋରରେ ଭୋକିବାକୁ ଲାଗିଲା ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ କୁକୁରଟି ଜୋରରେ ଭୋକିବା ଫଳରେ ଲୋକମାନଙ୍କର ନିଦ ଭାଙ୍ଗିଯାଇଥିଲା । ଏବଂ ବାହାରେ କିଛି ଅସୁବିଧା ହୋଇଥିବା ସେମାନେ ଅନୁଭବ କଲେ । ମୋହନନ ଘରୁ ବାହରକୁ ପଳାଇ ଆସିଥିଲେ । ବିପଦ ଥିବା ଅନୁଭବ କରି ଘରର ସମସ୍ତ ସଦସ୍ୟଙ୍କୁ ସେ ବାହରକୁ ଡାକିଥିଲେ । ଏବଂ କିଛି ସମୟ ପରେ ଯାହା ଘଟିଥିଲା ସେଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲ୍ୟାଣ୍ଡସ୍ଲାଇଡ କାରଣରୁ କିଛି ସମୟ ମଧ୍ୟରେ ଘରଟି ସମ୍ପୂର୍ଣ୍ଣ ଭୁଷୁଡି ଯାଇଥିଲା । ଯଦି ଠିକ୍ ସମୟରେ କୁକୁରଟି ବିପଦର ସଙ୍କେତ ଦେଇନଥାନ୍ତା ତେବେ ହୁଏତ ପରିବାରର ସମସ୍ତଙ୍କ ଜୀବନ ଚାଲିଯାଇଥାନ୍ତା । ଏହି ଘଟଣା ପରେ କୁକୁର ସମେତ ପରିବାରର ସମସ୍ତ ସଦସ୍ୟ ଏବେ ଆଶ୍ରୟସ୍ଥଳୀରେ ଅଛନ୍ତି । ତେବେ ଦୁଃଖରବିଷୟ ହେଉଛି, ସେହି ବିଲଡିଂରେ ମୋହନନଙ୍କ ଫ୍ଲାଟର ଉପରେ ରହୁଥିବା ଏକ ବୟସ୍କ ଦମ୍ପତ୍ତିଙ୍କର ଘର ଭୁଷୁଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।