ସାପକୁ ମାରିଲା, ନିଜେ ମଲା ହେଲେ ଘର ଭିତରକୁ ପଶିବାକୁ ଦେଲାନି ! ମାଲିକ ପାଇଁ ଜୀବନ ଦେଲା କୁକୁର

1,058

କନକ ବ୍ୟୁରୋ : ଆଜିକାଲି ଲୋକମାନେ ସଉକ୍ ପାଇଁ କୁକୁର ପାଳନ୍ତି । ତେବେ କୁକୁର କେବେ କେବେ ଏପରି କାମ କରେ ଯାହା ଲୋକଙ୍କୁ ଆଶ୍ୱର୍ଯ୍ୟାନ୍ୱିତ କରିଦିଏ । କୁକୁର ଏକ ଭରସାଯୋଗ୍ୟ ପ୍ରାଣୀ । ଅନେକ ସମୟରେ ପୋଷା କୁକୁର ମାଲିକ ପାଇଁ ଜୀବନ ଦେବାର ଅନେକ ନଜିର ରହିଛି । ଜଟଣୀରେ ଘଟିଛି ଏପରି ଏକ ମର୍ମସ୍ପର୍ଶୀ ଘଟଣା । ମାଲିକ ପାଇଁ ଜୀବନ ଦେଇଦେଲ ପୋଷା କୁକୁର ।

ମାଲିକ ପାଇଁ ଜୀବନଦେଲା ଟାଇସନ । ଟାଇସନ ଆଉ କେହି ନୁହେଁ ମାଲିକର ପୋଷା କୁକୁର । ଏଭଳି ଘଟଣା ଦେଖିବାକୁ ମିଳିଛି ଜଟଣୀରେ । ମାଲିକକୁ ବଂଚାଇବାକୁ ଯାଇ ନାଗସାପ ସହ ଲଢେଇ କରିଛି ଟାଇସନ । ଘଟଣା ଗତକାଲି ରାତିରେ ଘଟିଛି । ଜଟଣୀରେ ରହୁଥିବା ଅରିଫ ଅମନଙ୍କ ପରିବାର ଗତକାଲି ରାତି ୨ଟାରେ ପୋଷା କୁକୁର ଟାଇସନର ବାରମ୍ବାର ଭୁକିବା ଫଳରେ ଉଠିପଡିଥିଲେ ।

ଦେଖିବାବେଳକୁ ଟାଇସନ ନାଗସାପକୁ ବାଟଛାଡୁନି । ନାଗଟି ଆରିଫଙ୍କ ଘର ଭିତରକୁ ପଶିବାକୁ ଚେଷ୍ଟା କଲାବାେଳେ ବାଟ ଓଗାଳିଥିଲା ଟାଇସନ । ନାଗସାପ ସହ ଲଢେଇଲରେ ଟାଇସନ ସାପକୁ ମାରିବାକୁ ସକ୍ଷମ ହେଲା । କିନ୍ତୁ ନାଗଟି ମଧ୍ୟ ଟାଇସନର ବାମ ପଟ ପାଟିକୁ କାମୁଡିଦେଇଥିଲା । ଆଉ ସାପ ବିଷରେ ପୋଷା କୁକୁର ଟାଇସନ ବି ପ୍ରାଣ ହରାଇଥିଲା ।