ଦିବ୍ୟାଙ୍ଗ ମାଲିକଙ୍କ ସାହାରା ବନିଲା କୁକୁର : କୁକୁରର ନିଷ୍ଠା ଦେଖି ଆପଣଙ୍କ ଆଖିରୁ ଝରିପଡିବ ଲୁହ

41

ସୋଶିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓ କୈାଣସି ଫିଲ୍ମଷ୍ଟାରର ନୁହେଁ, କୈାଣସି ବଡ ନେତା ନୁହଁନ୍ତି, କୈାଣସି ସରକାରୀ ଅଧିକାରୀଙ୍କ ନୁହେଁ । ଏହି ଭିଡିଓ ଏକ କୁକୁରର ତା’ ମାଲିକ ପାଇଁ ନିଷ୍ଠାପରତାର ପ୍ରମାଣ ଆପଣଙ୍କ ସାମନାରେ ରଖୁଛି । ଭିଡିଓରେ ଏକ କୁକର ନିଜର ଦିବ୍ୟାଙ୍ଗ ମାଲିକଙ୍କ ହ୍ୱିଲଚେୟାରକୁ ଧକ୍କା ମାରୁଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓକୁ ମିସେସ୍ ଫେଥ ଏଲ ରେବିଲା ନାମକ ମହିଳା ନିଜ ଫେସବୁକ୍ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ଟି ଫିଲିପାଇନ୍ସର ।

ସେ ମହିଳା ଜଣକ କହିଲେ କି ଏମିତି ଏକ ଅଭାବନୀୟ ଦୃଶ୍ୟ କେବଳ ଟିଭି ଶୋରେ ଦେଖିବାକୁ ମିଳେ ବୋଲି ତାଙ୍କୁ ଲାଗୁଥିଲା । କିନ୍ତୁ କୁକୁରର ତା’ ମାଲିକ ପ୍ରତି ଥିବା ଅନୁରାଗ ଦେଖି ତାଙ୍କୁ ବହୁତ ଭଲ ଅନୁଭବ ହେଲା । ମିଡିଆ ରିପୋର୍ଟ ଅନୁସାରେ, କୁକୁରର ମାଲିକଙ୍କ ନାମ ଡେନିଲୋ ଏଲାକର୍ଣ୍ଣ । ଏକ ସଡକ ଦୁର୍ଘଟଣାରେ ୪୬ ବର୍ଷୀୟ ଡେନିଲୋର ମେରୁଦଣ୍ଡରେ ଆଘାତ ବାଜିଥିଲା । ଯଦ୍ୱାରା ଛିଡା ବି ହୋଇପାରନ୍ତିନି । ଏହି ଭିଡିଓକୁ ଫେସବୁକ୍ ରେ ୧ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଛି । ଭିଡିଓକୁ ୧ ହଜାରରୁ ଅଧିକ ଲୋକ ସେୟାର କରିଛନ୍ତି ।