ମୃତ୍ୟୁକୁ ମାତ୍ ଦେଲା ରୋମିଓ : ଭୂକମ୍ପରୁ ଭଲ ଖବର

31

କଥାରେ ଅଛି ରଖେ ହରି ତ ମାରେ କିଏ । ଆଉ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି ଇଟାଲୀରେ ହୋଇଥିବା ଭୂମିକମ୍ପରେ । ଅଗଷ୍ଟ ୨୪ରେ ହୋଇଥିବା ଏହି ଭୟାବହ ଭୂମିକମ୍ପରେ ଇଟାଲୀର କିଛି ସହର ଛାରଖାର ହୋଇଯାଇଥିଲା । ବଡ଼ ବଡ଼ କୋଠା ଭାଙ୍ଗି ଧ୍ୱସଂସ୍ତୁପରେ ପରିଣତ ହୋଇଥିଲା । ଆଉ ଭଙ୍ଗା କୋଠା ତଳେ ଚାପି ହୋଇ ଅନେକ ଲୋକ ପ୍ରାଣ ହରାଇଥିଲେ । ମାତ୍ର ଏଥିରୁ ରକ୍ଷା ପାଇଯାଇଛି ରୋମିଓ ।

ତେବେ ରୋମିଓ କୌଣସି ମଣିଷ ନୁହେଁ ଏକ କୁକୁର । କିନ୍ତୁ ଏହି ରୋମିଓର କାହାଣୀ ଆଶ୍ଚଯ୍ୟ ଚକିତ କଲା ଭଳି । ଭୂମିକମ୍ପର ଦୀର୍ଘ ୯ ଦିନ ପରେ ଉଦ୍ଧାରକାରୀ ଦଳ ଏକ ଭଗ୍ନସ୍ତୁପ ତଳୁ ଉଦ୍ଧାର କରିଥିଲେ ରୋମିଓକୁ । ମାତ୍ର ରୋମିଓକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଥିଲା । ମେଡ଼ିକାଲ ଚେକଅପ୍ ପରେ ରୋମିଓକୁ ଛାଡ଼ି ଦିଆଯାଇଥିଲା ।

ତେବେ ଇଣ୍ଡିଆ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ରୋମିଓ ଭଳି ଏହି ଭୁମିକମ୍ପର ମୁକସାକ୍ଷୀ ହୋଇଛନ୍ତି ଆଉ କିଛି କୁକୁର । ଲାର୍ବାଡ଼ୋର ପ୍ରଜାତିର କୁକୁର ଲିଓ ଉଦ୍ଧାରକାରୀ ଦଳକୁ ୮ ବର୍ଷର ଝିଅକୁ ଖୋଜିବାରେ ସାହାଯ୍ୟ କରିଥିବା ବେଳେ ଜର୍ମାନ ସେଫାର୍ଡ଼ ପ୍ରଜାତିର ସରୋଟି ମଧ୍ୟ ୧୦ ବର୍ଷ ଝିଅକୁ ଉଦ୍ଧାର କରିବାରେ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି । ପୁର୍ବରୁ ପ୍ରାକୃତିକ ବିପଯ୍ୟୟରେ ଉଦ୍ଧାରକାରୀ ଦଳକୁ ସାହାଯ୍ୟ କରିବା ହେତୁ ଜର୍ମାନ ଚାନସେଲର୍ ଓ ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ପାଖରୁ ସମ୍ମାନିତ ହୋଇଥିଲା ଲିଓ।