ମଟନ୍ ନାଁରେ ବିକ୍ରି ହେଉଛି କୁକୁର ମାଂସ ! ବଡ ବଡ ହୋଟେଲମାନଙ୍କ ଠାରୁ ଆରମ୍ଭ କରି ମଟନ୍ ଦୋକାନରେ ମଟନ୍ ବଦଳରେ ମିଳୁଛି କୁକୁର ମାଂସ ।

1,277

ବଡ ବଡ ହୋଟେଲମାନଙ୍କରେ ମଟନ୍ ନାଁରେ କୁକୁର ମାଂସ ଦେବା ଘଟଣା ଅନେକ ଥର ସାମ୍ନାକୁ ଆସିଛି । ଏଭଳି ଏକ ମାମଲା ବାଙ୍ଗାଲୋରରୁ ସାମ୍ନାକୁ ଆସିଛି ଯେଉଁଠି କୁକୁର କଟାଯାଇ ହୋଟେଲମାନଙ୍କରେ ଏବଂ ମଟନ୍ ଦୋକାନ ବିକ୍ରି କରାଯାଉଛି । ଅସଲ କଥା ହେଉଛି , ବାଙ୍ଗାଲୋରର ବିବିଏଚବି ଆପାର୍ଟମେଣ୍ଟ୍ ରୁ ବାରବୁଲା କୁକୁରକୁ ହଟାଇବା ପାଇଁ ରେସିଣ୍ଡଣ୍ଟ୍ ୱେଲଫେୟାର୍ ଆସୋସିଏସନ୍ ତାମିଲନାଡୁର ଏକ ଏଜେନ୍ସୀକୁ ଦାୟିତ୍ୱ ଦିଆଯାଇଛି । ତେବେ ଏହି କୁକୁରକୁ ମାରି ଏମାନଙ୍କ ମାଂସ ହୋଟେଲ ଏବଂ ମଟନ୍ ଦୋକାନରେ ବିକ୍ରି ହେଉଥିବା କଥା କୁହାଯାଉଛି ।

 

ତେବେ ଏହି ଘଟଣା ନୂଆ ନୁହଁ ଏହା ପୂର୍ବରୁ ମଧ୍ୟ ବାଙ୍ଗାଲୋରରେ ବାରବୁଲା କୁକୁରଙ୍କୁ ହଟାଇ ତାଙ୍କ ମାଂସ ବିକ୍ରି କରିଥିବା ଘଟଣା ସାମ୍ନାକୁ ଆସିସାରିଛି । ଏହା ପୂର୍ବରୁ ମଧ୍ୟ ଶହେରୁ ଅଧିକ କୁକୁର ଏକ ସଙ୍ଗରେ ଗାଏବ୍ ହୋଇଥିଲେ ଏବଂ ସେତେବେଳେ ମଧ୍ୟ ଏହି ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ୍ ଅଣ୍ଟା ଭିଡିଲାଣି ।

Comments are closed.