ଆପଣାପଣରେ ବାନ୍ଧି ହେଲା ଆହତ କୁକୁର ! ଉପେକ୍ଷିତକୁ ମିଳିଲା ନୂଆ ଜୀବନର ପ୍ରତିଶ୍ରୁତି

22

dogଉପଯୁକ୍ତ ଚିକିତ୍ସା ଆଉ ଟିକେ ଭଲ ପାଇବା , ମାତ୍ର ୨ ମାସ ଭିତରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛି ସେ । କେବଳ ସେତିକି ନୁହେଁ ତାକୁ ମିଳି ଯାଇଛି ଏ ସୁନ୍ଦର ଜୀବନ ବଂଚିବାର ପ୍ରତିଶ୍ରୁତି । ଏଇ ହେଉଛି ସେହି କୁକୁର , ଯିଏ ଉପେକ୍ଷିତ ହୋଇଥିଲା ସେବାର ସଂକଳ୍ପ ନେଇଥିବା ଡାକ୍ତରଙ୍କ ପାଖରେ । ଯାହାକୁ ମାରି ଦେବାକୁ ଛାତ ଉପରୁ ଫିଙ୍ଗି ଦେଇଥିଲେ ଚେନ୍ନାଇର ଜଣେ ଯୁବ ଡାକ୍ତର ଜଣକ । ଆଉ ସେହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଡାକ୍ତରଙ୍କ ପାଇଁ ମହଙ୍ଗା ପଡିଥିଲା ତାଙ୍କ ପଶୁ ଆଚରଣ ।

ଜାତୀୟ ଗଣମାଧ୍ୟମ ବର୍ବର ଡାକ୍ତରଙ୍କୁ ସମାଲୋଚନା କରିବା ସହ କୁକୁର ଜଣାଇଥିଲେ ସମବେଦନା । ଆଉ ଏହି ସମୟରେ ପଶୁପ୍ରେମୀ କାତ୍ତିକ ଧଣ୍ଡପାଣି ଆଗେଇ ଆସିଥିଲେ ଆହତ କୁକୁରକୁ ନୂଆ ଜୀବନ ଦେବାକୁ । ଡାକ୍ତରଙ୍କ ସହଯୋଗରେ ତାକୁ ସୁସ୍ଥ କରିବାକୁ ସେ ରାତି ଦିନ ଏକ୍ କରି ଦେଇଥିଲେ । ଦୁଇ ମାସ ପରେ ଭଙ୍ଗା ଗୋଡରୁ ବ୍ୟାଣ୍ଡେଜ୍ ଖୋଲିଛି । ମାଆଙ୍କ ବାରଣ ସତ୍ତ୍ୱେ ଏବେ କାର୍ତ୍ତିକଙ୍କ ଘରେ ନୂଆ ଅତିଥି ସାଜିଛି ଏହି ଚର୍ଚ୍ଚିତ କୁକୁର । ଶ୍ରଦ୍ଧାରେ ଏହି କୁକୁରକୁ କାର୍ତ୍ତକ ଡାକୁଛନ୍ତି ‘ଭଦ୍ରା’ ବୋଲି । ଆଉ ଭାବବିହ୍ୱଳ ହୋଇ କହୁଛନ୍ତି, ଇଏ ଏବେ ଦୌଡିବେ ଅଲିମ୍ପିଆନ୍ ଉସେନ୍ ବୋଲ୍ଟ ଭଳି ।