ବଲାଙ୍ଗୀର ଠିକାଦରପଡା ଛକରେ ଅମାନୁଷିକ ଦୃଶ୍ୟ ! ନବଜାତ ଶିଶୁ ମୃତଦେହକୁ ଝୁଣି ଖାଇଲେ ବୁଲା କୁକୁର-

41

କନକ ବ୍ୟୁରୋ : ଆଜି ସକାଳୁ ସକାଳୁ ବଲାଙ୍ଗୀର ଠିକାଦରପଡା ଛକ ଲକ୍ଷ୍ମୀଯୋର ନିକଟରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ନବଜାତ ଶିଶୁ ମୃତଦେହକୁ ଝୁଣି ଖାଉଥିଲେ ବୁଲା କୁକୁର । ସ୍ଥାନୟୀ ବାସିନ୍ଦା ଏହି ଦୃଶ୍ୟ ଦେଖିବା ପରେ କୁକୁରକୁ ଘଉଡେଇ ଥିଲେ । ତେବେ କୁକୁର ଗୁଡାକ ପଳାଇବା ପରେ ମଧ୍ୟ ରାସ୍ତା ଉପରେ ଶିଶୁଟିର ମୃତଦେହ ବହୁ ସମୟ ଧରି ପଡି ରହିଥିଲା । ମୃତ ଶିଶୁକୁ ରାସ୍ତାକଡରେ କେହି ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି ।