କୁକୁର ପାଇଲା ସର୍ବୋଚ୍ଚ ସାମରିକ ସମ୍ମାନ

38

ଲଣ୍ଡନ: କୁକୁରର ଅଭୂତପୂର୍ବ ସାହସିକତା ପ୍ରଦର୍ଶନ ପାଇଁ ତା’କୁ ମିଳିଛି ବ୍ରିଟେନ୍‌ର ସର୍ବୋଚ୍ଚ ସାମରିକ ପଶୁ ସମ୍ମାନ। ୨୦୧୨ ମସିହାରେ ‘ମାଲି’ ନାମକ ଏହି କୁକୁର ପାଇଁ ହିଁ ବ୍ରିଟିସ୍‌ ଓ ଆଫଗାନିସ୍ତାନ ସେନାର ଜୀବନରକ୍ଷା ହୋଇପାରିଥିଲା। ଆଫଗାନିସ୍ତାନରେ ସେତେବେଳେ ଚାଲିଥିବା ତାଲିବାନ୍‌ ଉପଦ୍ରବକୁ ରୋକିବା ପାଇଁ ବିଟ୍ରିସ୍‌ ଓ ଆଫଗାନିସ୍ତାନ ସେନା ମିଳିତଭାବେ ଏକ ଅଭିଯାନ ଆରମ୍ଭ କରିଥିଲେ।

ବ୍ରିଟିସ୍‌ ସେନାରେ ଥିବା ତାଲିମ୍‌ପ୍ରାପ୍ତ ବେଲଜିଆନ ମାଲିନୋଇସ୍‌ ପ୍ରଜାତିର ‘ମାଲି’ ସେନାଙ୍କୁ ୩ଟି ବଡ଼ ବିସ୍ଫୋରଣରୁ ରକ୍ଷା କରିଥିଲା। ଏପରିକି ସେ ନିଜେ ଗୁରୁତର ଆହତ ହୋଇ ସୁଦ୍ଧା ଆତଙ୍କବାଦୀଙ୍କୁ ଘଉଡ଼ାଇବା ସହ ସେମାନଙ୍କୁ ଏକ କୋଠାରୁ ବାହାରିବା ପାଇଁ ବାଧ୍ୟ କରିଥିଲା। ‘ମାଲି’ ସହଯୋଗରେ ଉଭୟ ସେନାର ମିଳିତ ପ୍ରୟାସ ସଫଳ ହୋଇପାରିଥିଲା। ତେଣୁ ତାକୁ ବ୍ରିଟେନ୍‌ ସାମରିକ ବାହିନୀର ସର୍ବୋଚ୍ଚ ପଶୁ ସମ୍ମାନ ପିଡିଏସ୍‌ଏ ଡିକ୍‌ଇନ୍‌ ପଦକ ସହ ସମ୍ମାନିତ କରାଯାଇଛି। ବର୍ତ୍ତମାନ ମାଲି ସାମରିକ ବାହିନୀରୁ ଅବସର ନେଇ ପଶୁ ପ୍ରତିରକ୍ଷା ପ୍ରତିଷ୍ଠାନରେ ଅନ୍ୟ କୁକୁରଙ୍କୁ ତାଲିମ ଦେଉଛିି।