ପୁରୀ ପରେ ଅନୁଗୁଳରେ ଶିଶୁର ମୁହଁକୁ ଝୁଣିଲା କୁୁକୁର : ଘର ସାମ୍ନାରେ ବସିଥିବା ବେଳେ ୪ବର୍ଷୀୟା ଶିଶୁ କନ୍ୟାକୁ କୁକୁର ପଲର ଆକ୍ରମଣ

23

ଅନୁଗୁଳ : ପୁରୀ ପରେ ଅନୁଗୁଳରେ କୁୁକୁର ଆକ୍ରମଣ । ବୁଲା କୁକୁର ଆକ୍ରମଣରେ ରକ୍ତାକ୍ତ ହୋଇଛନ୍ତି ଅନୁଗୁଳ ବଅଁରପାଳ ହରିଜନ ସାହିର ୪ବର୍ଷୀୟ ପ୍ରିୟାଂଶୀ ନାଏକ । ପ୍ରିୟାଂଶୀଙ୍କ ମୁହଁକୁ କୁକୁର ପଲ ଝୁଣି ଦେଇଛନ୍ତି । ଶିଶୁଟିର ନାକ ଓ ଆଖିପତାରେ ଗଭୀର ଆଘାତ ଲାଗିଛି ।

ପ୍ରିୟାଂଶୀ ଘର ସାମ୍ନାରେ ବସିଥିବା ହଠାତ୍ ୩ଟି ବୁଲା କୁକୁର ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପ୍ରିୟାଂଶୀଙ୍କ ମୁହଁ ଓ ବେକରେ ଦାନ୍ତ ଲଗାଇ ଝୁଣି ପକାଇଥିଲେ । ତାଙ୍କୁ ପ୍ରଥମେ ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି  ।