କ’ଣ ଆଧାର କାର୍ଡ଼ ରାଇଟ ଟୁ ପ୍ରାଇଭେସିର ଉଲଂଘନ କରୁଛି ? ସୁପ୍ରିମକୋର୍ଟ କରିବେ ଶୁଣାଣି

53

ଆଧାର କାର୍ଡ଼ ରାଇଟୁ ଟୁ ପ୍ରାଇଭେସି ର ଉଲଂଘନ କରୁଛି କି ? ଏନେଇ ଆଧାର କାର୍ଡ଼ ବିରୋଧରେ ଦାଏର ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଏହି ସାମ୍ବିଧାନିକ ପୀଠ ଆଧାର କାର୍ଡ଼ ଉପରେ ଦୁଇ ଦିନ ପର୍ଯ୍ୟନ୍ତ ଶୁଣାଣି କରିବେ । ଏହି ପୀଠରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେଏସ୍ ଖେହେର, ବିଚାରପତି ଜେ ଚେଲାମେଶ୍ୱର, ଏଆର ବୋବଡ଼େ, ଡ଼ିୱ୍ୱାଇ ଚନ୍ଦ୍ରଚୂଡ଼, ଅବଦୁଲ ନଜୀର ସାମିଲ ଅଛନ୍ତି ।

ଏହା ପୂର୍ବରୁ ସୁପ୍ରମିକୋର୍ଟଙ୍କ ୩ ଜଣିଆ ବିଚାରପତି ବେଞ୍ଚ କହିଥିଲେ କି ଆଧାରକୁ ନେଇ ଯେଉଁ ବ୍ୟକ୍ତିଗତ ଅଧିକାର ଉଲଂଘନ ମୁଦା ଆସୁଛି, ତାହାର ସମାଧାନ ୫ ଜଣିଆ ଖଣ୍ଡପୀଠ ହିଁ କରିପାରିବ । କୋର୍ଟ ପିଟିସନ ଦାଖଲକାରୀ କହିଛନ୍ତି ଆଧାର ସମ୍ପର୍କିତ ଶୁଣାଣି ପାଇଁ କେନ୍ଦ୍ରକୁ ଯେ ଏହି ମାମଲା ଗୁଡ଼ିକ ମୁଖ୍ୟ ବିଚାରପତିଙ୍କ ପାଖକୁ ଯାଉ ଓ ସମ୍ବିଧାନ ପୀଠ ଏହାର ବିଚାର କରନ୍ତୁ । ଏହାର କାରଣ ହେଲା ପୂର୍ବରୁ ସୁପ୍ରିମକୋର୍ଟ ଆଧାର ସମ୍ମନ୍ଧୀୟ କିଛି ଆଦେଶ ଜାରି କରିବା ପାଇଁ ମନା କରିଦେଇଥିଲେ ।

ଆଧାରକୁ ନେଇ ପାଖାପାଖିି ୨୨ ଟି ପିଟିସନ ଦାଖଲ ହୋଇଛି । ସେପଟେ ଶୁଣାଣି ସମୟରେ ପିଟିସନ ଦାଖଲକାରୀ କହିଛନ୍ତି କି ସରକାର ଆଧାରକୁ ଏକାଗ୍ରତାର ଶିବିର ପରି ବ୍ୟବହାର କରୁଛନ୍ତି ଯାହାଦ୍ୱାରା ଗୋଟିଏ ସ୍ଥାନରୁ ସବୁ ନାଗରିକଙ୍କ ଗତିବିଧ ଉପରେ ନଜର ରଖିିପାରିବେ । ଲୋକ ହିତକର ଯୋଜନାରେ ଆଧାରକୁ ଅନିବାର୍ଯ୍ୟ କରିବା ବିରୋଧରେ ଦାଏର ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଏବେ ଶୁଣାଣୀ କରୁଛନ୍ତି ।

ବିଗତ ଶୁଣାଣୀରେ କେନ୍ଦ୍ର ସରକାର କହିଥିଲେ କି ଲୋକ ହିତକର ଯୋଜନା ଗୁଡ଼ିକର ଲାଭ ସେହମାନେ ମଧ୍ୟ ପାଇପାରିବେ ଯାହା ପାଖରେ ଆଧାର କାର୍ଡ଼ ନାହିଁ । କେନ୍ଦ୍ର ସରକାର କହିଥିଲେ ଯେଉଁ ବ୍ୟକ୍ତି ପାଖାରେ ଆଧାର କାର୍ଡ଼ ନାହିଁ ସେ ଅନ୍ୟ କୌଣସି ପ୍ରମାଣ ପତ୍ର ଯଥା ରାସନ କାନଁ କିମ୍ବା ଭୋଟର କାର୍ଡ଼ ଦେଖାଇ ଉକ୍ତ ଯୋଜନା ଗୁଡ଼ିକର ଲାଭଉଠାଇ ପାରିବେ ।

ପ୍ରକୃତକଥା ହେଲା ପିଟିସନରେ କୁହାଯାଇଛି ଲୋକ ହିତକର ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ଼କୁ ଅନିବାର୍ଯ୍ୟ କରିବା ଉପରେ ରୋକ ଜାରି କରାଯାଉ । ପିଟିସନରେ କୁାଯହାଯାଇଛି କି ଲୋକ ହିତକର ଯୋଜନା ପାଇଁ ଆଧାର କାର୍ଡ଼କୁ ଯୋଡ଼ିବା ପାଇଁ ସରକାର ୩୦ ଜୁନର ସମୟସୀମା ରଖିଛନ୍ତି, ଯାହା ପୁରା ପୁରି ଅବୈଧ ଓ ଏହା ସୁପ୍ରିମକୋର୍ଟଙ୍କ ଅଦେଶ ବିରୋଧ ଅଟେ ।