ଭାରତୀୟ ଡାକ୍ତର କଲେ କମାଲ । ଅପରେସନ କରି ମହିଳାଙ୍କ ପେଟରୁ ବାହାର କଲେ ୩୩ କିଲୋଗ୍ରାମର ଟ୍ୟୁମର

32

ତାମିଲନାଡୁର କୋଏମ୍ବାଟୁର ସହରରେ ଏକ ବିରଳ ଅପରେସନ କରାଯାଇଛି । ଜଣେ ମହିଳାଙ୍କ ପେଟ ଅପରେସନ କରାଯାଇ ୩୩.୫ କିଲୋଗ୍ରାମର ଟ୍ୟୁମର ବାହାର କରାଯାଇଛି । ଅପରେସନ ମାଧ୍ୟମରେ ଯେଉଁ ଟ୍ୟୁମର ବାହାର କରାଯାଇଛି ତାହା ଦୁନିଆର ସବୁଠୁ ବଡ ଟ୍ୟୁମର ବୋଲି କୁହାଯାଉଛି । ଉଟିରେ କାମ କରୁଥିବା ଏହି ମହିଳା ଜଣକ ମଜୁରିଆ ଭାବେ କ୍ଷେତରେ କାମ କରୁଥିଲେ । କିନ୍ତୁ ଟ୍ୟୁମର ଯୋଗୁଁ ବେଶ କିଛି ଦିନ ହେବ ତାଙ୍କୁ ଚଲାବୁଲା କରିବା ଓ ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଉଥିଲା ।

ଡାକ୍ତରଙ୍କୁ ଏ ସର୍ମ୍ପକରେ ଜଣାଇବା ପରେ ଜଣା ପଡିଥିଲା ଯେ ତାଙ୍କ ପେଟରେ ଏକ ବଡ ଟ୍ୟୁମର ରହିଛି । ଯେଉଁଥିପାଇଁ ମହିଳାଙ୍କର ଅପରେସନ କରାଯାଇଥିଲା । ୩ ଘଣ୍ଟାର ସର୍ଜରୀ ପରେ ମହିଳାଙ୍କ ପେଟରୁ ୩୩ କେଜିର ଟ୍ୟୁମର ବାହାରିଥିଲା । ଯାହାକୁ ଦେଖି ତାଜୁବ ହୋଇ ଯାଇଥିଲେ ଡାକ୍ତର । ଯେତେବେଳେ ମହିଳା ଜଣଙ୍କ ହସ୍ପିଟାଲ ଆସିଥିଲେ ତାଙ୍କର ମୋଟ ଓଜନ ୭୫ କିଲୋଗ୍ରାମ ରହିଥିଲା । କେବଳ ଟ୍ୟୁମରର ଓଜନ ୩୩.୫ କିଲୋଗ୍ରାମ ରହିଥିଲା ।

ଏବେ ପର୍ଯ୍ୟନ୍ତ ଭାରତରେ ରୋଗୀଙ୍କ ଶରୀରରୁ ସର୍ବାଧିକ ୨୦ କିଲୋଗ୍ରାମ ଟ୍ୟୁମର ଅପରେସନ ମାଧ୍ୟମରେ ବାହାର କରାଯାଇଥିଲା । କିନ୍ତୁ ମହିଳାଙ୍କ ପେଟରୁ ୩୩.୫ କିଲୋଗ୍ରାମର ଟ୍ୟୁମର ବାହାରିବା ପୂର୍ବରୁ ଏହା ନୂଆ ରେକର୍ଡ ସୃଷ୍ଟି କରିଛି । ଏହାକୁ ୱାର୍ଲ୍ଡ ବୁକ ଅଫ୍ ରେକର୍ଡସ ଓ ଗିନିଜ ୱାଲ୍ଡ ରେକର୍ଡରେ ସାମିଲ କରିବାକୁ ଆବେଦନ କରାଯାଇଛି । ଅପରେସନ ପରେ ମହିଳା ଜଣକ ସୁସ୍ଥ ରହିଛନ୍ତି । ଏବେ ତାଙ୍କର ଓଜନ ୪୧.୫ କିଲୋଗ୍ରମା ରହିଛି ।