କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖିଲେ ଡାକ୍ତର : ରାଜ୍ୟରେ ଡେଙ୍ଗୁ ଓ ମାଲେରିଆ ସ୍ଥିତି ଦେଖି ଓମସାର ନିଷ୍ପତି

21

କନକ ବ୍ୟୁରୋ : କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଲେ ଡାକ୍ତର । ରାଜ୍ୟରେ ଦେଖାଦେଇଥିବା ଡେଙ୍ଗୁ ଓ ମାଲେରିଆ ପରି ସାଂଘାତିକ ରୋଗି ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଓଡିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ । ଡିଏସିପି ଲାଗୁ ସମେତ ୧୧ ଦଫା ଦାବି ପୂରଣ ନେଇ ଆନ୍ଦୋଳନର ଚେତାବନୀ ଦେଇଥିଲା ଓମସା । ଅଗଷ୍ଟ ୧ରୁ ସମସ୍ତ ଡାକ୍ତର ହସ୍ପିଟାଲ ଛାଡି ଭୁବନେଶ୍ୱର ଆସିବା ପାଇଁ ନିଷ୍ପତି ହୋଇଥିଲା । ତେବେ ସମୟାନୁଭିତିକ ନିଶ୍ଚିତ ପଦୋନ୍ନତି ବ୍ୟବସ୍ତାକୁ ତୁରନ୍ତ ଲାଗୁ କରିବା, ଅସ୍ଥାୟୀ ଡାକ୍ତରଙ୍କୁ ଶୀଘ୍ର ସ୍ଥାୟୀ କରିବା , କ୍ୟାଡର ପୁନର୍ଗଠନ, କାର୍ଯ୍ୟ ନିର୍ଘଂଟ ଓ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ,କେବିକେ ପୋଷ୍ଟିଂ ପାଇନଥିବା ଡାକ୍ତରଙ୍କୁ ପଦୋନ୍ନତି ଆଦି ଦାବି ପୂରଣ ଲାଗି ଅଗଷ୍ଟ ୩୧ ତାରିଖ ଯାଏଁ ସରକାରଙ୍କୁ ଡେଡଲାଇନ ଦେଇଛି ଓମସା ।