ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଂଚାଇଲେ ଡାକ୍ତର : ନବରଙ୍ଗପୁରରେ ରୋଗୀସେବା କ୍ଷେତ୍ରରେ ଅନନ୍ୟ ଉଦାହରଣ ସୃଷ୍ଟି କଲେ ୩ ଡାକ୍ତର

30

କନକ ବ୍ୟୁରୋ : ରୋଗୀ ସେବା କ୍ଷେତ୍ରରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ୩ ଡାକ୍ତର । ଜରୁରୀ ସମୟରେ ଜଣେ ପ୍ରସୂତିଙ୍କୁ ରକ୍ତ ଦେଇ ଜୀବନ ବଂଚାଇଛନ୍ତି ଏହି ଡାକ୍ତର । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଗାଁର ଚମ୍ବେଶରୀ ହାଲୱା ଉମରକୋଟ ହସ୍ପିଟାଲରେ ପ୍ରସବ କରିଥିଲେ । କିନ୍ତୁ ତାଙ୍କର ରକ୍ତସ୍ରାବ ବନ୍ଦ ହୋଇନଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ପ୍ରସୂତି ରକ୍ତହୀନତାର ଶୀକାର ହୋଇଥିବାକୁ ତାଙ୍କର ତତକାଳୀନ ରକ୍ତ ଦରକାର ଥିଲା । ଫଳରେ ଡାକ୍ତରଖାନାର ୩ ଡାକ୍ତର ଅରୂପାନନ୍ଦ କର, ପ୍ରିୟରଞ୍ଜନ ବାହାଲି ଓ ଅମିତ ଦାସ । ରକ୍ତଦାନ ଭଣ୍ଡାରକୁ ଯାଇ ଏହି ୩ ଡାକ୍ତର ୩ ୟୁନିଟ ରକ୍ତ ଦେଇଥିଲେ । ନିଜର ସାଧୁକାମ ପାଇଁ ଏହି ୩ ଡାକ୍ତରଙ୍କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ବି ଟ୍ୱିଟ କରି ସଂପୃକ୍ତ ୩ ଡାକ୍ତରଙ୍କୁ ସାଧୁବାଦ ଜଣାଇଛନ୍ତି ।