ଅପରେସନ ଥିଏଟରେ ଡାକ୍ତରଙ୍କ କଳି ! ରାଜସ୍ଥାନ ଯୋଧପୁର ହସ୍ୱିଟାଲରେ ମହିଳାଙ୍କ ଅପରେସନ ଚାଲିଥିବା ବେଳେ ୨ ଡାକ୍ତରଙ୍କ ବଚସା

39

କନକ ବ୍ୟୁରୋ: ସାଧାରଣତଃ ଡାକ୍ତରଙ୍କ ପ୍ରଥମ କାମ ହେଲା ରୋଗୀଙ୍କ ଜୀବନ ବଂଚାଇବା । ଆଉ ଅପରେସନ ଟେବୁଲରେ ପୁଣି ଏହି ଦାୟିତ୍ୱ ଦ୍ୱିଗୁଣିତ ହୋଇଥାଏ । କିନ୍ତୁ ରାଜସ୍ଥାନ ଯୋଧପୁରରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଆପଣ ଦେଖିଲେ ଡାକ୍ତର କଣ, ନିଜେ ବି ଲଜ୍ଜା ଅନୁଭବ କରିବେ ।

ସୂଚନା ମୁତାବକ, ଯୋଧପୁରରେ ଉମେଦ ହସପିଟାଲରେ ଜଣେ ଗର୍ଭବତୀ ମହିଳାଙ୍କ ଅପରେସନ ଚାଲିଥିଲା । ମହିଳାଙ୍କ ପେଟରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଥିଲା । ତେଣୁ ମହିଳାଙ୍କର ତତକ୍ରାଳ ଅପରେସନ ଜରୁରୀ ଥିଲା । ତେବେ ଅପରେସନ ଟେବୁଲରେ ଅପରେସନ ଚାଲିଥିବାବେଳେ କୌଣସି କାରଣରୁ ଦୁଇ ଡାକ୍ତରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ମହିଳା ରୋଗ ବିଶେଷଜ୍ଞ ଓ ଆନାସ୍ତେସିଆ ବିଶେଷଜ୍ଞଙ୍କ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିଥିଲେ । ଏହି ସମୟରେ ଆପତ୍ତିଜନକ ଭାଷାର ପ୍ରୟୋଗ ବି ହୋଇଥିଲା । ତେବେ ଏହାର ଭିଡିଓ ଭାଇରାଲ ହେବା ପରେ ହସପିଟାଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍କେତ ଦେଇଥିଲେ । ଦୁଇ ଡାକ୍ତରଙ୍କୁ ଏହାପରେ ସସପେଣ୍ଡ କରାଯାଇଛି ।